ବିଜେଡ଼ିର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ

ଭୁବନେଶ୍ୱର: ବିପୁଳ ଆସନରେ ବିଜୟୀ ହୋଇଥିବା ବିଜୁ ଜନତା ଦଳ  ଦଳୀୟ ସାଙ୍ଗଠନିକକୁ ଆହୁରି ମଜବୁତ କରିବାକୁ ଆଜି ସଦସ୍ୟ ଗ୍ରହଣ ଅଭିଯାନ ଆରମ୍ଭ କରିଛି । ରାଜ୍ୟରେ ଲଗାତାର ରାଜ୍ୟରେ ପଞ୍ଚମ ଥର ପାଇଁ ସରକାର ଗଢିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅଭିଯାନର ପ୍ରଥମ ସଦସ୍ୟତା ଗ୍ରହଣ କରିଛନ୍ତି ।

ଓଡ଼ିଶାରେ ବିଜୁ ଜନତା ଦଳର ସ୍ଥିତିକୁ ଆହୁରି ସୁଦୃଢ କରିବାକୁ ଆଜି ଠାରୁୁ ସଦସ୍ୟ ଗ୍ରହଣ ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନ ଅକ୍ଟୋବର ୨ଯାଏଁ ଚାଲିବ  । ବିଜେଡି କାର୍ଯ୍ୟାଳୟରେ ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ କରି ନିଜେ ପ୍ରଥମ ସଦସ୍ୟ ଭାବେ ଯୋଗେ ଦେଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତି ଗାଁ ଓ ପ୍ରତି ଘରୁ ବିଜେଡିକୁ ଆଶୀର୍ବାଦ ମିଳିଛି । ତେଣୁ ଗାଁ ଗାଁ ଯାଇ ସଦସ୍ୟ ଗ୍ରହଣ ପାଇଁ କର୍ମୀଙ୍କୁ ସେ ଆହ୍ୱାନ କରିଛନ୍ତି । ଏହି ଅଭିଯାନରେ କର୍ମୀ ମାନଙ୍କୁ ମହିଳା, ସାଧାରଣ ଲୋକ ଓ କୃଷକଙ୍କୁ ଭେଟିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ କର୍ମୀମାନଙ୍କୁ ପରାମର୍ଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତକାଲି ବସିଥିବା କାର୍ଯ୍ୟକାରିଣୀ ବୈଠକରେ ସଦସ୍ୟତା ଗ୍ରହଣ ଅଭିଯାନ ପାଇଁ ରୋଡ଼ ମ୍ୟାପ ପ୍ରସ୍ତୁତ ହୋଇସାରିଛି । ପୈାର ପରିଷଦରେ ରହିବେ ୧୫ଜଣ ସଦସ୍ୟ ରହିବେ ।  ସଦସ୍ୟ ସଂଗ୍ରହ ବେଳେ ଆଧାର ଲିଙ୍କ କରାଯିବା ନେଇ ଏହି ବୈଠକରେ ଆଲୋଚନା ହୋଇଥିଲା । ଏହି ସଦସ୍ୟତା ଅଭିଯାନରେ ପଞ୍ଚାୟତସ୍ତରରେ ପ୍ରତିୱାର୍ଡ଼ରେ ରହିବେ ୪ଜଣ ସଦସ୍ୟ ଓ ମହାନଗରରେ ୪୦ଜଣ ସକ୍ରିୟ ସଦସ୍ୟ ରହିବେ । ଏନଏସିରୁ ୫ ସଦସ୍ୟ ରହିବେ ।  ଜଣେ ସକ୍ରିୟ ସଦସ୍ୟ ଆଉ ୨୪ଜଣଙ୍କ ସଦସ୍ୟ କରିପାରିବେ ବୋଲି ଆଲୋଚନା ହୋଇଥିଲା ।