ପରୀ ମୃତ୍ୟୁକୁ ରାଜନିତୀର କୁଟାଖିଅ କରାନଯାଉ : ବିଜେଡି

ଏସଆଇଟି ତଦନ୍ତ ଦ୍ବାରା ପରୀକୁ ନିଶ୍ଚିତ ନ୍ୟାୟ ମିଳିବ : ବଜେଡି ମୁଖପାତ୍ର ଲେନିନ୍ ମହାନ୍ତି

ଭୁବନେଶ୍ୱର: ପରୀ ମୃତ୍ୟୁ ମାମଲାର ଏସଆଇଟି ତଦନ୍ତ କରୁଛି, ଏହାକୁ ରାଜନୀତି କୁଟାଖିଅ କରାନଯାଉ ବୋଲି କହି ବିଜେପି ଓ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । । ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା ବେଳେ ସମ୍ବିତ ପାତ୍ର ଓ ଚେଲ୍ଲାକୁମାର କେଉଁଠି ଥିଲେ ବୋଲି ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଲେନିନ୍ କହିଛନ୍ତି ଯେ, ଘଟଣାରେ ଗଣମାଧ୍ୟମ କର୍ମଚାରୀଙ୍କ ସଂପୃକ୍ତି ରହିଛି । ସଂପୃକ୍ତ ଗଣମାଧ୍ୟମ ସଂସ୍ଥା ସହଯୋଗ କଲେ ତଦନ୍ତ ଆଗକୁ ଯିବ । ପରୀ ନ୍ୟାୟ ପାଉ, ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ପୀଡ଼ିତା ବି ନ୍ୟାୟ ପାଉ । କିନ୍ତୁ ଏହାକୁ ନେଇ ଶସ୍ତା ରାଜନୀତି ବନ୍ଦ ହେଉ ବୋଲି କହିଛି ବୁଦ୍ଧିଜୀବୀ ମହଲ । ଏସଆଇଟି ତଦନ୍ତ ଦ୍ବାରା ପରୀକୁ ନିଶ୍ଚିତ ନ୍ୟାୟ ମିଳିବ ଏବଂ ଏହି ଘଟଣାକୁ ନେଇ ବିରୋଧୀ ଅଯଥା ରାଜନୀତି ନକରନ୍ତୁ ବୋଲି କହିଛନ୍ତି ବଜେଡି ମୁଖପାତ୍ର ଲେନିନ୍ ମହାନ୍ତି ।
ପରୀ ମୃତ୍ୟୁ ମାମଲାକୁ ନେଇ ଥମୁନି ରାଜନୀତି । ଆଜି ନୟାଗଡ଼ ଯଦୁପୁର ଯାଇ ପରୀ ବାପାମାଆଙ୍କୁ ଭେଟିଛନ୍ତି ଉଭୟ ବିଜେପି ଆଉ କଂଗ୍ରେସ ।