ମୁଖ୍ୟମନ୍ତ୍ରୀଙ୍କ ପୁରୀ ଠାରେ ଆନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ଦାବି ରାଜ୍ୟ ବିକାଶ ପ୍ରତି ଥିବା ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି : ବିଜେଡି

ଭୁବନେଶ୍ବର : ବିଶ୍ୱ ପ୍ରସିଦ୍ଧ ଶ୍ରୀକ୍ଷେତ୍ର ପୁରୀରେ ଏକ ଅନ୍ତଜାତୀୟ ବିମାନ ବନ୍ଦର ପ୍ରତିଷ୍ଠା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆ ବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ଏପରି ପ୍ରସ୍ତାବ ରାଜ୍ୟ ବିକାଶ ପ୍ରତି ଥିବା ତାଙ୍କ ପ୍ରତିବଦ୍ଧତାକୁ ପୁଣି ଥରେ ପ୍ରମାଣିତ କରିଛି ବୋଲି ବିଜେଡି ମୁଖ୍ୟାଳୟ ସାଧାରଣ ସଂପାଦକ ସଞ୍ଜୟ ଦାସବର୍ମା ପତିକ୍ରିୟାରେ କହିଛନ୍ତି ।

ସଞ୍ଜୟ ଦାସବର୍ମା କହିଛନ୍ତି ଯେ,ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭାରତବର୍ଷ ର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଙ୍କୁ ପତ୍ର ଲେଖି ଶ୍ରୀକ୍ଷେତ୍ର ପୁରୀ ଠାରେ ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା କରାଯିବା ପାଇଁ ଅନୁରୋଧ କରିଛନ୍ତି l
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଆରାଧ୍ୟ ପିଠ ଶ୍ରୀକ୍ଷେତ୍ର ସାରା ବିଶ୍ୱ ପାଇଁ ଏକ ପବିତ୍ର କ୍ଷେତ୍ର ଏବଂ ଦେଶର ଚାରିଧାମ ମଧ୍ୟରୁ ଅନ୍ୟତମ ପୀଠ l
ଏହି ବିଶ୍ଵପ୍ରସିଦ୍ଧ ପବିତ୍ର ଧାମ କୁ ସାରା ବିଶ୍ୱ ରୁ ତୀର୍ଥ ଯାତ୍ରୀ ମାନେ ବର୍ଷ ତମାମ ଆସିଥାନ୍ତି l ମହାପ୍ରଭୁ ଙ୍କ ରଥଯାତ୍ରା ବିଶ୍ଵପ୍ରସିଦ୍ଧ l ପୁରୀ ଶ୍ରୀକ୍ଷେତ୍ର ଠାରୁ ଅନତି ଦୂର ରେ ବିଶ୍ଵ ଏୈତିହ ସ୍ଥଳ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର କୋଣାର୍କ ଓ ଏସିଆ ମହାଦେଶ ର ସର୍ବବୃହତ ହ୍ରଦ ଚିଲିକା,  ରାମଚଣ୍ଡୀ- ଚନ୍ଦ୍ରଭାଗା, ବାଲିହରଚଣ୍ଡୀ, ଅଲାରନାଥ ଓ ମା କାଳିଜାଇ ମନ୍ଦିର ଓ ସିରୁଳୀ ମହାବୀର ଭଳି ଏୈତିହାସିକ ପିଠ ଅବସ୍ଥିତ l
ଆନ୍ତର୍ଜାତିକ ପରିବେଶ ଓ ପର୍ଯ୍ୟଟନ ପାଇଁ ପ୍ରସିଦ୍ଧ ପୁରୀ ବେଳାଭୂମି ବିଶ୍ଵ ପର୍ଯ୍ୟଟନ ର ସମସ୍ତ ମାନକ କୁ ପରିପୂରଣ କରୁଛି l ପୁରୀ ର ବେଳାଭୂମି ସହିତ ଅସ୍ତରଙ୍ଗ ରେ ଗଢିଉଠିବାକୁ ଯାଉଥିବା ବନ୍ଦର, ଉପକୁଳ ଜାତୀୟ ରାଜପଥ ଅର୍ଥନୈତିକ ବିକାଶ ରେ ସମସ୍ତ ସମ୍ଭାବନା ଭରି ରହିଚି l
ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କର ପବିତ୍ର ଶ୍ରୀକ୍ଷେତ୍ର, ସ୍ଵର୍ଣ୍ଣାଭ ବେଳାଭୂମି,କୋଣାର୍କ, ଚିଲିକା ତଥା ପରିବେଶ ଓ ପର୍ଯ୍ୟଟନ ପାଇଁ ସମସ୍ତ ମାପଦଣ୍ଡ ଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ପୁରୀ ଠାରେ ଆନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ଦାବି ପୁରୀ ତଥା ରାଜ୍ଯର ବିକାଶ ପ୍ରତି ଥିବା ତାଙ୍କର ପ୍ରତିବଦ୍ଧତାକୁ ପୁଣି ଥରେ ପ୍ରମାଣିତ କରୁଛି l ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ନୂଆବର୍ଷରେ ସମୟପଯୋଗୀ ପଦକ୍ଷେପକୁ ସ୍ୱାଗତ କରୁଛି l