ବିଜେପିକୁ ବିଜେଡିର ଜବାବ : ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତିରେ ବିଜେପି ଭୟଭୀତ- ଏଲିନା

ସରକାରୀ ସ୍କୁଲ ଛାତ୍ର ଛାତ୍ରୀଙ୍କ ଲାଗି ମେଡିକାଲ ଓ ଇଞ୍ଜିନିୟରିଂରେ ସ୍ଥାନ ସଂରକ୍ଷଣ ପ୍ରସଙ୍ଗ

ଭୁବନେଶ୍ୱର : ସରକାରୀ ସ୍କୁଲ ଛାତ୍ର ଛାତ୍ରୀଙ୍କ ଲାଗି ମେଡିକାଲ ଓ ଇଞ୍ଜିନିୟରିଂରେ ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ରାଜ୍ୟ ବିଜେପିର ସମାଲୋଚନାର କଡା ଜବାବ ଦେଇଛି ବିଜେଡି । ସାରା ରାଜ୍ୟରେ ସବୁ ମହଲରେ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ପ୍ରଶଂସା କରାଯାଉଛି । ହେଲେ ଆଶ୍ଚର୍ଯ୍ୟ କଥା, ବିଜେପି ପରି ଜାତୀୟ ଦଳ ଏହାକୁ ବିରୋଧ କରୁଛି । ଏଭଳି ବିଚାର ଗୋଟିଏ ଜାତୀୟ ଦଳର ହୋଇନପାରେ, ଏହା ଲେଖାଶ୍ରୀଙ୍କ ବ୍ୟକ୍ତିଗତ ମତ ହୋଇଥାଇ ପାରେ ବୋଲି କହି ବିଜେଡି ମୁଖପାତ୍ର ଏଲିନା ଦାସ ଜବାବ ରଖିଛନ୍ତି । ଏଥିସହିତ ଏଲିନା କହିଛନ୍ତି ବିଜେପି ଶାସିତ ରାଜ୍ୟ ବି ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିଷ୍ପତି ଗ୍ରହଣ କରିବେ । କିନ୍ତୁ ଓଡ଼ିଶାରେ ଏହାକୁ ଗ୍ରହଣ କରାଯାଉ ନାହିଁ କାରଣ, ମୁଖ୍ୟମନ୍ତ୍ରୀ ଏହା ଦ୍ୱାରା ଆହୁରି ଲୋକପ୍ରିୟ ହେବେ ସେଥିପାଇଁ ବିଜେପି ଭୟ କରୁଛି ।