ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲେରେ ଓଡିଆ ସାଂସଦ ଡକ୍ଟର ସସ୍ମିତ ପାତ୍ର

ଭୁବନେଶ୍ୱର : ଓଡିଶା ପାଇଁ ଏକ ବଡ ଖବର । ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲେ ସ୍ଥାନ ପାଇଛନ୍ତି ଓଡିଆ ଯୁବ ସାଂସଦ ଡକ୍ଟର ସସ୍ମିତ ପାତ୍ର । ଏନେଇ ଆଜି ରାଜ୍ୟସଭା ପକ୍ଷରୁ ବିଂଗ୍ୟପ୍ତି ପ୍ରକାଶ ପାଇଛି । ତାଲିକାରେ ମୋଟ ୬ ଜଣ ସାଂସଦ ଅଛନ୍ତି । ପ୍ରଥମ ଥର କରି ବିଜେଡିରୁ ରାଜ୍ୟ ସଭାକୁ ସାଂସଦ ଭାବେ ଯାଇଛନ୍ତି ଡକ୍ଟର ସସ୍ମିତ ପାତ୍ର । ରାଜ୍ୟସଭାରେ ସେ ପ୍ରଥମ ହେଲେ ମଧ୍ୟ ବିଭିନ୍ନ ସମୟରେ ରାଜ୍ୟ ସଭାରେ ତାଙ୍କର ପ୍ରଦର୍ଶନକୁ ନେଇ ସେ ଆରମ୍ଭରୁ ଚର୍ଚ୍ଚାରେ ଅଛନ୍ତି । ରାଜ୍ୟର ବିଭିନ୍‌ନ ପ୍ରସଙ୍ଗ ଓ ଜାତୀୟ ପ୍ରସଙ୍ଗରେ ରାଜ୍ୟସଭାରେ ତାଙ୍କର ବଳିଷ୍ଠ ଯୁକ୍ତି ଉପସ୍ଥାପନ ନେଇ ରାଜ୍ୟସଭା ଉପାଧ୍ୟକ୍ଷ ତଥା ଉପରଷ୍ଟ୍ରପତି ଭେଙ୍କେୟା ନାଇଡୁ ତାଙ୍କୁ ଅନେକ ଥର ପ୍ରସଂସା ମଧ୍ୟ କରିଛନ୍ତି । ରାଜ୍ୟ ସଭାରେ ଉପାଧ୍ୟକ୍ଷ ଭଳି ସମ୍ମାନ ଜନକ ପ୍ୟାନେଲରେ ରହିବା କ୍ଷେତ୍ରରେ ୨୦ ବର୍ଷ ଭିତରେ ସାଂସଦ ଡକ୍ଟର ପାତ୍ର ହେଉଛନ୍ତି ପ୍ରଥମ ।


ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ମୋଟ ୬ ଜଣ ସାଂସଦ ଅଛନ୍ତି । ଭୁବନେଶ୍ୱର କାଲିତା, ଶ୍ରୀମତୀ ବନ୍ଦନା ଚହ୍ୱାନ, ଶୁଖେନ୍ତୁ ଶେଖର ରାୟ, ସୁରେନ୍ଦ୍ର ସିଂହ ନଗର,ଡକ୍ଟର ଏଲ ହନୁମାନ୍ଥନ ଓ ବିଜେଡି ଯୁବ ସାଂସଦ ଡକ୍ଟର ସସ୍ମିତ ପାତ୍ର ।

BJD Rajya Sabha MP has been nominated to the Panel of Vice-Chairmen of the Rajya Sabha