ପଶ୍ଚିମ ଓଡିଶା ବରଗଡ ବିଜେପୁରରୁ ନିର୍ବାଚନ ଲଢିବେ ନବୀନ !

ପଶ୍ଚିମ ଓଡିଶାର ନେତା, ଲେଖକ, ବୁଦ୍ଧିଜୀବୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପଶ୍ଚିମ ଓଡିଶାରୁ ଲଢିବାକୁ କଲେ ଅନୁରୋଧ

ଭୁବନେଶ୍ବର : ପଶ୍ଚିମ ଓଡିଶାର ବରଗଡର ବିଜେପୁର ବିଧାନସଭା ଆସନରୁ ଲଢି ପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଞ୍ଜାମର ହିଞ୍ଜିଳ ସହିତ ଦ୍ବିତୀୟ ସିଟ ଭାବେ ବିଜେପୁରକୁ ମଖ୍ୟମନ୍ତ୍ରୀ ବାଛି ପାରନ୍ତି ବୋଲି ଆରମ୍ଭ ହୋଇଛି ଚର୍ଚ୍ଚା । ଆଜି  ପଶ୍ଚିମ ଓଡିଶାର ଲେଖକ, ବୁଦ୍ଧିଜୀବୀଙ୍କ ସହ କିଛି ଦଳୀୟ ନେତା ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟି ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢିବାକୁ ଅନୁରେ।ଧ କରିବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଛି ।


ପଶ୍ଚିମ ଓଡିଶାରୁ ଲଢ଼ିବା ପ୍ରସ୍ତାବକୁ ବିଚାର କରୁଛି – ନବୀନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ମଟନାୟକ ନିଜେ  ପଞ୍ଚିମ ଓଡିଶାରୁ ଲଢ଼ିବା ପ୍ରସ୍ତାବକୁ ବିଚାର କରୁଥିବା କହିବା କହିଛନ୍ଏତି । ଆଉ ଏହା ହିଁ ହି ଆଲୋଚନାକୁ ଖୋରାକ ଯୋଗାଉଛି ।  ନବୀନ କହିଛନ୍ତି ଯେ, ପଶ୍ଚିମ ଓଡ଼ିଶା ନେତା, ଚାଷୀ, ମହିଳା ଓ ଛାତ୍ରଛାତ୍ରୀ ମୋତେ ଏଥିପାଇଁ ଅନୁରୋଧ କରିଛନ୍ତି । ବିଜେଡି ଜନ୍ମ ନେବା ପରଠାରୁ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବିଧାନସଭା ନିର୍ବାଚନ କ୍ଷେତ୍ରରୁ ଲଗାତାର ୪ ଥର ଲଢ଼ି ବିଜୟ ତିଳକ ପିନ୍ଧି ଆସୁଛନ୍ତି ନବୀନ । କିନ୍ତୁ ଚଳିତ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତି କଡ଼ ଲେଉଟାଉଥିବା ଦେଖିବାକୁ ମିଳୁଛି । ବିଶେଷ କରି ପଶ୍ଚିମ ଓଡ଼ିଶାକୁ ଶାସକ ଓ ବିରୋଧୀ ଫୋକସରେ ରଖିଛନ୍ତି । ତେଣୁ ପଶ୍ଚିମ ଓଡ଼ିଶାରେ ବିଜେଡି ବିଜୟ ବାନା ଉଡ଼ାଇବାକୁ ନବୀନଙ୍କ ସମର୍ଥକ ଓ ବିଜେଡି ନେତାମାନେ ମନବଳାଇଛନ୍ତି । ସେଥିପାଇଁ ଖୋଦ୍ ବିଜେଡିର ସଭାପତିଙ୍କୁ ଏଠାରୁ ଲଢ଼ିବାକୁ ନିମନ୍ତ୍ରଣ କରିଛନ୍ତି ପଶ୍ଚିମ ଓଡ଼ିଶାବାସୀ ।

ବିଜେପୁର ଉପନିର୍ବାଚନ ପ୍ରଚାର ସମୟରେ ବିଜେପୁରର ବିକାଶ ଲାଗି ସ୍ବତନ୍ତ୍ର ଗୁରୁତ୍ବ ଦେବା କଥା ଘୋଷଣା କରିଥିଲେ ମୁଖଯମନ୍ତ୍ରୀ । ଏହା ସହ ଏହା ମୋର ନିର୍ବାଚନମଣଅଡଳୀ ବୋଲି କହିଥିଲେ । ଏସବୁ ସମୀକରଣ ଦେଖି ଚର୍ଚ୍ଚା ଚାଲିଛି ନବୀନ ବିଜେପୁରରୁ ପ୍ରାର୍ଥୀ ହୋଇପାରନ୍ତି ।

ଏହା ଆଉ ଏକ ନାଟକ – ବିଜେପି

ସେପଟେ ନବୀନ ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢିବା ନେଇ ଉଠିଥବା ଚର୍ଚ୍ଚା ଉପରେ ପତ୍ରିକ୍ରିୟା ରଖିଛି ବିଜେପି ।  ଏହା ଆଉ ଏକ ନାଟକ ବୋଲି ବିଜେପି ସମାଲୋଚନା କରିଛି । ଦୀର୍ଘ ବର୍ଷ ଧରି ଗଂଜାମରୁ ଲଢିବା ପରେ ଏବେ ଏତେ ଭୟ କହିଁକି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳି ହିଞ୍ଜିଳିରୁ ସର୍ବାଧିକ ଲୋକ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି । ଶିକ୍ଷା, ସ୍ବାସ୍ଥ୍ୟ, ପିଇବା ପାଣି ସବୁଥିରେ ଏଠିକାର ଲୋକ ଅବହେଳିତ । ତେଣୁ ବିକାଶକୁ ନେଇ ଲୋକେ ପ୍ରଶ୍ନ କରିବା ଆରମ୍ଭ କରିବାରୁ ବିଜେଡି ନୂଆ ନାଟକ କରୁଥିବା ବିଜେପି କହିଛି ।