ଭୋଟରଙ୍କୁ କୃତଜ୍ଞତା ଜଣାଇଲେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜୟୀଙ୍କୁ ଦେଲେ ଶୁଭେଛା

ଭୁବନେଶ୍ୱର: ବାଲେଶ୍ୱର ସଦରଏବଂ ତିର୍ତ୍ତୋଲ ବିଧାନସଭା ଆସନରେ ବିଜୟୀ ହେବା ପରେ ଭୋଟରଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । ସେ ବିଜୟୀ ହୋଇଥିବା ସ୍ୱରୂପ ଦାସ ଏବଂ ବିଜୟ ଶଙ୍କର ଦାସଙ୍କୁ ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । ଟୁଇଟ୍ କରି ନବୀନ ଲେଖିଛନ୍ତି, ‘ଏହି ବିଜୟ ଆପଣମାନଙ୍କ ଭଲ ପାଇବା ଓ ଅକୁଣ୍ଠ ସମର୍ଥନର ପ୍ରତିଫଳନ। ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ହୃଦୟ ଜିଣିଥିବାରୁ ବିଜୁ ଜନତା ଦଳର ସମସ୍ତ କର୍ମୀଙ୍କୁ ସାଧୁବାଦ।’

ସେହିପରି କୋଭିଡ-୧୯ ସଙ୍କଟ ସମୟରେ ମତଦାନ କରି ଆମକୁ ଆଶୀର୍ବାଦ କରିଥିବା ବାଲେଶ୍ୱର ସଦର ଓ ତିର୍ତ୍ତୋଲବାସୀ ବିଶେଷ କରି ମହିଳାମାନଙ୍କୁ ମୋର କୃତଜ୍ଞତା ଜଣାଉଛି। ଏ ବିଜୟ ଆପଣମାନଙ୍କର ବିଜୟ। ଆପଣମାନଙ୍କ ଉନ୍ନତି ଓ କଲ୍ୟାଣ ପାଇଁ ବିଜୁ ଜନତା ଦଳ ସର୍ବଦା ସଂକଳ୍ପବଦ୍ଧ। ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ତିର୍ତ୍ତୋଲ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୪୧୭୦୩ଟି ଭୋଟରେ ବିଜୟୀ ହୋଇଛନ୍ତି। ବିଜୟଙ୍କୁ ୮୮୩୧୦ ଭୋଟ ମିଳିଥିବା ବେଳେ ତାଙ୍କର ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ ରାଜକିଶୋର ବେହରାଙ୍କୁ ୪୬୬୦୭ ଭୋଟ ମିଳିଛି। ସେହିପରି ବାଲେଶ୍ୱରରେ ବିଜେଡି ପ୍ରାର୍ଥୀ ମାନସ ଦତ୍ତଙ୍କ ଠାରୁ ୧୩୧୯୫ ଭୋଟରେ ଆଗୁଆ ଅଛନ୍ତି ସ୍ୱରୂପ ଦାସ।

bjd president cm naveen patnaik thanks to voter for bjd by election victory