ପିପିଲି ଉପନିର୍ବାଚନ ପାଇଁ ସଙ୍ଗଠନ ସମ୍ପାଦକଙ୍କ ଉପସ୍ଥିରେ ଡେଲାଙ୍ଗ ବ୍ଲକ ପ୍ରତି ପଞ୍ଚାୟତ ପାଇଁ କମିଟି ଗଢିଲା ବିଜେଡି

ଭୁବନେଶ୍ୱର : ପିପିଲି ଉପନିର୍ବାଚନ ପାଇଁ ଦିଗଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ ବିଜେଡି ପ୍ରାର୍ଥୀ ହୋଇଛନ୍ତି। ସେ ଆସନ୍ତା ୩୦ ତାରିଖରେ ପ୍ରାର୍ଥୀପତ୍ର ଦାଖଲ କରିବେ । ଏହା ପୂର୍ବରୁ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ବାସଭବନରେ ବୈଠକ ବସିଥିଲା । ବୈଠକରେ ଉପନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଛି ଦଳ।ପଞ୍ଚାୟତସ୍ତରରେ କେମିତି ପ୍ରଚାର ହେବ , ଏଥିପାଇଁ କାହାକୁ ଦାୟିତ୍ବ ଦିଆଯିବ ସେ ନେଇ ଆଲୋଚନା ହୋଇଛି । ଡେଲାଙ୍ଗ ବ୍ଲକ ଦାୟିତ୍ୱରେ ଥିବା ନେତା ଓ କର୍ମୀଙ୍କ ବୈଠକ ବସିଥିଲା , ମନ୍ତ୍ରୀ ସୁଶାନ୍ତ ସିଂ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ପର୍ଯ୍ୟବେକ୍ଷକ ପ୍ରତାପ ଦେଵ ବୈଠକରେ ସାମିଲ ଥିଲେ । ପଂଚାୟତ ପାଇଁ ବିଜେଡି କରିଛି ସ୍ୱତ୍ରଂନ୍ତ କମିଟି,ପ୍ରତି କମିଟିରେ ଯୁବ ଛାତ୍ର ମହିଳା ଙ୍କ ସହ ବରିଷ୍ଠ ନେତାଙ୍କୁ ଦାୟିତ୍ୱ  ଦିଆଯାଇଛି ।  ରୁଦ୍ର ଆସନ୍ତା ୩୦ ତାରିଖରେ ପ୍ରାର୍ଥପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି।
ପ୍ରତାପ ଦେବ କହିଛନ୍ତି, ଆମେ ନିର୍ବାଚନ ପାଇଁ ପୂରା ପ୍ରସ୍ତୁତ ଅଛୁ। ପିପିଲି ଉପନିର୍ବାଚନ ପାଇଁ ଜି ଜାନରେ ଲଢ଼ିବୁ ଏବଂ ଜିତିବା ପାଇଁ ଲଢ଼ିବୁ। ବର୍ତ୍ତମାନ ପ୍ରାର୍ଥୀପତ୍ର ଚୟନ ଶେଷ ହୋଇଛି । ଏବେ ନାମାଙ୍କନ ପତ୍ର ଦାଖଲ ବାକି ରହିଲା। ଏହା ପରେ ରଣକ୍ଷେତ୍ରକୁ ଓହ୍ଲାଇବୁ। ମୁଁ ମାସେ ହେଲା ପିପିଲିରେ ବୁଲୁଛି। ଜନସାଧାରଣଙ୍କ ମାନସପଟରେ ନବୀନ ପଟ୍ଟନାୟକଙ୍କ ବିକାଶଧାରାକୁ ଆଖି ଆଗରେ ରଖି ଭୋଟ ଦେଇ ଆସିଛନ୍ତି। ଆଗାମୀ ଉପନିର୍ବାଚନରେ ସେୟା ହିଁ ଆମର ମୁଖ୍ୟ ଧାରା ରହିବ ବୋଲି ପ୍ରତାପ ଦେବ କହିଛନ୍ତି।