କ୍ରିକେଟ୍ ଓ ଫୁଟବଲ୍ ମ୍ୟାଚ୍ କରି ଦଳ ସହିତ ଯୁବ ଓ ଛାତ୍ରକୁ ଯୋଡିବାକୁ ବିଜେଡିର ପ୍ରୟାସ

ଭୁବନେଶ୍ୱର  : ଯୁବ ଓ ଛାତ୍ରଙ୍କୁ ବିଜେଡି ପ୍ରତି ଆକୃଷ୍ଟ କରିବା ପାଇଁ ନୂଆ ରଣନୀତି ଆରମ୍ଭ କଲା ବିଜେଡି। ଏବେ ଯୁବ ବାହିନୀ ନୁହେଁ କ୍ରିକେଟ ଓ ଫୁଟବଲ ମ୍ୟାଚ କରି ଦଳ ସହିତ ଯୁବ ଓ ଛାତ୍ରକୁ ଯୋଡିବାକୁ ପରୀକ୍ଷଣ ଭାବେ ମୟୁର ଭଞ୍ଜରେ ବିଜେଡି ଆରମ୍ଭ କରିବ ଏମପିଏଲ। ଏହାର ଲୋଗ ଆଜି କ୍ରୀଡା ମନ୍ତ୍ରୀ ବାରପଦାରେ ଉନ୍ମୋଚନ କରିଛନ୍ତି।

ଯୁବ ଓ ଛାତ୍ରଙ୍କୁ ଦଳ ଆଡକୁ ଆକୃଷ୍ଟ କରିବା ପାଇଁ ବିଜେଡିର ନୂଆ ରଣନୀତି। କ୍ରିକେଟ ଓ ଫୁଟବଲ ମାଧ୍ୟମରେ ଯୋଡିବାକୁ ଆୟୋଜନ କରିବ କରିବ ଖେଳ ପ୍ରତିଯୋଗିତା। ପରୀକ୍ଷା ମୂଳକ ଭାବେ ଆରମ୍ଭ ହେବ ମୟୁରଭଞ୍ଜ ପ୍ରିମୟର ଲିଗ ବା ଏମ୍‌ପିଏଲ। ଏଥିପାଇଁ ଚୂଡାନ୍ତ ହୋଇସାରିଛି କାର୍ଯ୍ୟସୂଚୀ।ବ୍ଲକ ସ୍ତରରୁ ୩୦ ତାରିଖରୁ ଆରମ୍ଭ ହେବ ଫୁଟବଲ ଏବଂ କ୍ରିକେଟ ମ୍ୟାଚ ।ବାରିପଦା ଷ୍ଟାଡିୟମରେ କ୍ରିକେଟ ଏବଂ ରାଇରଙ୍ଗପୁର ଷ୍ଟାଡିୟମରେ ଫୁଟବଲ ମ୍ୟାଚ କରିବାକୁ ସ୍ଥିର ହୋଇଛି। ଏସବୁ ଖେଳ ପ୍ରତିଯୋଗିତାକୁ ପରିଚାଳନା କରିବେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ସଭାପତି। ଏହା ସହିତ ମ୍ୟାଚ ପାଇଁ ଜଣେ ପ୍ରଭାରୀ ମଧ୍ୟ ନିଯୁକ୍ତ ହେବେ।
ପ୍ରତି ବ୍ଲକରେ ୮ଟି ଏବଂ ପ୍ରତି ଜିଲ୍ଲାରେ ୩୨ ଟି ଟିମ୍ କରାଯିବ। ପୌର ପରିଷଦରେ ୧୬ ଟିମ କରାଯିବ। ମୟୁରଭଞ୍ଜରେ ପ୍ରିମିୟର ଲିଗ ସଫଳ ହେଲେ ସରକାରୀ ସ୍ତରରେ ପ୍ରତିପଞ୍ଚାୟତରେ ପ୍ରତିଯୋଗିତା ଆୟୋଜନ କରାଯିବ ।