‘ହକ ମାଗୁଛି ଓଡିଶା ‘ କାର୍ଯ୍ୟକ୍ରମରେ କେନ୍ଦ୍ର ଅବହେଳା ପ୍ରସଙ୍ଗକୁ ତୀବ୍ର କଲା ବିଜେଡି

ଭୁବନେଶ୍ୱର : ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ମାହୋଲ ସେତିକି ସରଗରମ ହେଇଛି । କେନ୍ଦ୍ର ଅବହେଳା କଥା ସବୁବେଳେ ଉଠାଉଥିବା ରାଜ୍ୟର ଶାସକ ଦଳ ବିଜେଡି ନିର୍ବାଚନ ପୂର୍ବରୁ କେନ୍ଦ୍ର ଅବହେଳା ପ୍ରସଙ୍ଗକୁ ତୀବ୍ର କରିଛି । କେନ୍ଦ୍ରସରକାରଙ୍କ ଓଡିଶା ପ୍ରତି ଅବହେଳା ପ୍ରସଙ୍ଗକୁ ନେଇ ବିଜେଡି ଆରମ୍ଭ କରିଛି ହକ ମାଗୁଛି ଓଡିଶା କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ଓଡିଶା ପ୍ରତି ଉଦାସିନତା ରହୁଥିବା କଥା ଲୋକଙ୍କୁ ବୁଝାଇବ ଦଳ । ବିଜେଡି କହିଛି ଦଳ ପକ୍ଷରୁ ଦର୍ଶାଯାଇଛି ଯେ, ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ ୨୦୧୪ ନିର୍ବାଚନୀ ଇସ୍ତାହାରରେ ଭାଜପା ପ୍ରଥମ ଏଜେଣ୍ଡା ରଖିଥିଲା । କିନ୍ତୁ ଏହା ଏ ପର‌୍ୟ୍ୟନ୍ତ ପୂରଣ ହୋଇପାରି ନାହିଁ । ନିଯୁକ୍ତି ସୁଯୋଗ ସୃଷ୍ଟି କ୍ଷେତ୍ରରେ କେନ୍ଦ୍ର ସରକାର ବିଫଳ ହୋଇଥିଲା ବେଳେ ରେଳ କ୍ଷେତ୍ରରେ ଓଡ଼ିଶାକୁ ଅଣଦେଖା କରାଯାଇଛି ବୋଲି ବିଜେଡି ଅଭିଯୋଗ ଆଣିଛି ବିଜେଡି କହିଛି । ଏହି କାର୍ଯ୍ୟକ୍ରମ ସାରା ରାଜ୍ୟରେ କରି ଲୋକଙ୍କ ପାଖରେ ପହଁଚିବ ଦଳ ବୋଲି କହିଛି ।