ବିଜୁ ବାବୁଙ୍କ ଜନ୍ମ ବାର୍ଷିକୀରେ ଆନନ୍ଦଭବନରୁ ଭୁବନେଶ୍ବର ବିମାନବନ୍ଦର ଯାଏଁ ହେବ ବିଶାଳ ସାଇକେଲ ଶୋଭାଯାତ୍ରା

ସମସ୍ତ ନିର୍ବାଚନ ମଣ୍ଡଳୀରେ ରକ୍ତଦାନ ଶିବିର ଆୟୋଜନ କରାଯିବାକୁ ନିଷ୍ପତ୍ତି

ଭୁବନେଶ୍ବର : ମାର୍ଚ୍ଚ ୫ ତାରିଖରେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମ ବାର୍ଷିକୀ ପାଳନ କରାଯିବ । ଏହି ଅବସରରେ ବିଜୁ ପଟ୍ଟନାୟକଙ୍କ କଟକ ସ୍ଥିତ ବାସଭବନ ଆନନ୍ଦଭବନଠାରୁ ଏକ ସାଇକେଲ ଶୋଭାଯାତ୍ରା ବାହାରି ଭୁବନେଶ୍ବର ବିମାନବନ୍ଦର ସ୍ଥିତ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିବ । ଏଥିରେ ହଜାର ହଜାର ଯୁବ ଛାତ୍ର ଯୋଗ ଦେବା ସହ ସାଇକେଲ ଶୋଭାଯାତ୍ରାକୁ ସଫଳ କରିବା ପାଇଁ ଆହ୍ବାନ ଦେଇଛନ୍ତି ବିଜୁ ଯୁବ ଜନତା ଦଳର ସଭାପତି ବ୍ୟୋମକେଶ ରାୟ।

ଏହାସହ ମାର୍ଚ୍ଚ ୫ ଜନ୍ମ ଜୟନ୍ତୀଠାରୁ ଅପ୍ରେଲ ୧୭ ବିଜୁ ବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ ପର୍ଯ୍ୟନ୍ତ ସମସ୍ତ ନିର୍ବାଚନ ମଣ୍ଡଳୀରେ ରକ୍ତଦାନ ଶିବିର ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ବିଜୁ ଜନତା ଦଳର ସାମାଜିକ ପ୍ରତିବଦ୍ଧତାକୁ ଆଗେଇ ନେବା ପାଇଁ ଓଡ଼ିଶାର ପ୍ରତ୍ୟେକ ଯୁବ ଛାତ୍ରଙ୍କ ପ୍ରେରଣାର ଉତ୍ସ, ସାହସର ସ୍ତମ୍ଭ ବିଜୁବାବୁଙ୍କ ୨୪ତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ମାର୍ଚ ୫ ତାରିଖଠାରୁ ଏପ୍ରିଲ୍‌ ୧୭ ପର୍ଯ୍ୟନ୍ତ ବିିଜୁ ଯୁବ ଛାତ୍ର ଜନତା ଦଳ ଆନୁକୂଲ୍ୟରେ ଶ୍ରଦ୍ଧାଞ୍ଜଳୀ ସ୍ବରୂପ ଉତ୍ସର୍ଗୀକୃତ ଓଡ଼ିଶା ମୋ ପରିବାର- ଜୀବନବିନ୍ଦୁ ରକ୍ତଦାନ ଶିବିରର ଆୟୋଜନ କରାଯିବ ବୋଲି ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ(ଯୁବ ବ୍ୟାପାର) ପ୍ରଣବ କୁମାର ବଳବନ୍ତରାୟ, ବିଜୁ ଜନତା ଦଳର ରାଜ୍ୟ ସଭାପତି ଡ.ବ୍ୟୋମକେଶ ରାୟ ଏବଂ ବଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ଏକ ପ୍ରେସ୍‌ ଇସ୍ତାହାର ମାଧ୍ୟମରେ ଜଣାଇଛନ୍ତି।

bjd plan cycle rally on occasion of biju patnaik birth centenary