ବିଜେଡ଼ି ବିଧାୟକ ଦଳ ବୈଠକ : ବିଧାୟକମାନେ ଗୃହରେ ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗରେ ଭାଗ ନେବାକୁ ନବୀନଙ୍କ ପରାମର୍ଶ

ଅଧିବେଶନରେ ସରକାରଙ୍କ ପକ୍ଷରୁ ୧୦ଟି ବିଲ, ୩ଟି ଅଧ୍ୟାଦେଶ ଉପସ୍ଥାପିତ ହେବ

ଭୁବନେଶ୍ବର: ଆସନ୍ତାକାଲିଠାରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ । ଏହାର ଅବ୍ୟବହିତ ପୂର୍ବରୁ ବିଜେଡ଼ି ବିଧାୟକ ଦଳ ବୈଠକ ଅନୁ​‌ଷ୍ଠିତ ହୋଇଛି । ଦଳର ବିଧାୟକମାନେ ଗୃହରେ ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗରେ ଭାଗ ନେବାକୁ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ପରାମର୍ଶ ଦେଇଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି ।

ଆସନ୍ତା ଅଧିବେଶନରେ ସରକାରଙ୍କ ପକ୍ଷରୁ ୧୦ଟି ବିଲ ଉପସ୍ଥାପିତ ହେବ । ଏହାମଧ୍ୟରେ ୩ଟି ଅଧ୍ୟାଦେଶକୁ ଆଇନରେ ପରିଣତ କରିବା ସଂକ୍ରାନ୍ତ ବିଲ୍ ଅନ୍ତର୍ଭୁକ୍ତ ବୋଲି ସୂଚନା ମିଳିଛି । ଅଧ୍ୟାଦେଶକୁ ଆଇନ କରିବାକୁ ଥିବା ବିଲ୍ ମଧ୍ୟରେ ୨ଟି ଶ୍ରମ ଓ ଇଏସଆଇ ବିଭାଗର, ଗୋଟିଏ ସମବାୟ ବିଭାଗର ହୋଇଥିବା ସୂଚନା ମିଳିଛି । ଏହାବ୍ୟତୀତ ଶିଳ୍ପ ଭିତ୍ତିଭୂମି ସଂକ୍ରାନ୍ତ ଓ ବାଣିଜ୍ୟ ବିଭାଗର ମ୍ୟାରିଟାଇମ ବୋର୍ଡ଼ ବିଲ୍ ମଧ୍ୟ ଆଗତ ହେବ ।

bjd party mla meeting before assembly