ସଂସଦର ଶୀତ ଅଧିବେଶନ ଲାଗି ବିଜେଡିର ରଣନୀତି ପ୍ରସ୍ତୁତ

ଭୁବନେଶ୍ବର : ଦିନକ ପରେ ଆରମ୍ଭ ହେବ ସଂସଦର ଶୀତ ଅଧିବେଶନ । ଅଧିବେଶନରେ କେଉଁ ସବୁ ପ୍ରସଙ୍ଗକୁ କିଭଳି ଢଙ୍ଗେର ଉଠାଇବ ବିଜେଡି, ସେନେଇ ସଂସଦୀୟ ଦଳ ବୈଠକରେ ଆଜି ପ୍ରସ୍ତୁତ ହୋଇଛି ରଣନୀତି । ୯ ଟି ପ୍ରସଙ୍ଗକୁ ଫୋକସ କରାଯାଇଥିବା ବେଳେ ମହିଳା ସଂରକ୍ଷଣ ଓ ସ୍ବତନ୍ତ୍ର ରାଜ୍ୟପାହ୍ୟ ପ୍ରମୁଖ ମୁଦ୍ଦା ହେବ । ସେପଟେ କିନ୍ତୁ ବିଜେଡି ସଂସଦୀୟ ଦଳର ରୀଣନୀତି ଉପରେ ପ୍ରଶ୍ନ ଉଠାଇଛି ବିଜେପି । ସବୁ ପ୍ରସଙ୍ଗ ଚୁପ ରହୁଥିବା ବିଜେଡି ସାସଂଦ ଖାଲି ଭୁଆଁ ବୁଲାଉଥିବା ବିଜେପି ନେତା କହିଛନ୍ତି ।

ମଙ୍ଗଳବାରଠୁ ଆରମ୍ଭ ହେବ ସଂସଦର ଶୀତ ଅଧିବେଶନ  । ଏଥିପାଇଁ ରଣନୀତି ପ୍ରସ୍ତୁତ କରିଛି ବିଜେଡି ସଂସଦୀୟ ଦଳ । ରାଜନୈତିକ ଫାଇଦା ସହ ଏଥିରେ ରହିଛି ରାଜ୍ୟର ସ୍ବାର୍ଥ କଥା ।  ଶୀତ କାଳୀନ ଅଧିବେଶନରେ ପୁଣି ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠାଇବ ବିଜୁ ଜନତା ଦଳ । ଅନ୍ୟ ଯେଉଁ ପ୍ରସଙ୍ଗକୁ ଦଳ ଅଧିକ ଫୋକସ କରିବ ତାହା ହେଉଛି ମହିଳାଙ୍କ ପାଇଁ ସରକ୍ଷଣ । ବିଧାନସଭା ଓ ଲୋକସାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣକୁ ଦଳ ଜାତୀୟ ସ୍ତରକୁ ନେଇଥିବାରୁ ଏହାକୁ ଜୋରଦାର କରିବ । ଏନେଇ ବିଭିନ୍ନ ଦଳର ସାସଂଦଙ୍କୁ ଏକାଠି କରି ସେମାନଙ୍କ ସହାୟତା ଲୋଡିବ । ଏହି ପ୍ରସଙ୍ଗକୁ ଲୋକସଭା ଏବଂ ରାଜ୍ୟ ସଭାରେ ଉଠାଇବାକୁ​ ନିର୍ଦେଶ ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହା ସହ ରେଳ ପ୍ରକଳ୍ପ କାମ ଶେଷ ହେବାରେ ବିଳମ୍ବ, ତିତଲି କ୍ଷତିପୂରଣ ଅର୍ଥ ନମଳିବା, ବକ୍ସି ଜଗବନ୍ଧୁଙ୍କ ନାଁରେ ଟ୍ରେନ ଚଳାଇବା, ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ଷ୍ଟାଇପେଣ୍ଡ ଅର୍ଥ କାଟିବା, ମହାନଦୀ, ପୋଲାଭରମ ଜଳ ବିବାଦ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, କେନ୍ଦୁ ପତ୍ର ଉପରୁ ଜିଏସଟି କମାଇବା ଦାବିକୁ ଜୋରଦାର କରିବ ବିଜେଡି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତି ହୋଇଛି। ।

ବିଜେଡି ସାସଂଦଙ୍କ ରଣନୀତି ନେଇ କିନ୍ତୁ ବିଜେପି ଉଠାଇଛି ପ୍ରଶ୍ନ । ବିଜେଡିର ସାସଂଦ ମାନେ ବିଭିନ୍ନ ପ୍ରସଙ୍ଗରେ ଏମିତି ରଣନୀତି କରନ୍ତି, କିନ୍ତୁ ସସଂଦରେ ପାଟି ଚୁପ କରି ବସନ୍ତି । ଖାଲି ଲୋକଙ୍କୁ ଭୁଆଁ ବୁଲାଇବାକୁ ଏଭଳି ପ୍ରସଙ୍ଗ ଉଠାଇଥାନ୍ତି ବୋଲି ବିଜେପି ଅଭିଯୋଗ କରିଛି ।

ମହିଳା ସଂରକ୍ଷଣ ବିଲ୍ ରାଜ୍ୟସଭାରେ ପାରିତ ହେବା ପରେ ଲୋକସଭାରେ ପଡି ରହିଛି । ମୌକା ଦେଖି ବିଜେଡି ଏହି ପ୍ରସଙ୍ଗକୁ ଜାତୀୟ ସ୍ତରକୁ ନେଇଛି । ମୁଖ୍ୟମନ୍ତ୍ରୀ ଏ ପ୍ରସଙ୍ଗେର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସହଯୋଗ ଲୋଡିଛନ୍ତି । ଏହ ସହ ୭ଟି ଜାତୀୟ ଦଳ ଏବଂ ୧୫ଟି ଆଞ୍ଚଳିକ ଦଳ ର ସହାୟତା ଲୋଡିଛନ୍ତି ।