ବିଜେଡି ସଂସଦୀୟ ଦଳ ବୈଠକ ଶେଷ : କେନ୍ଦ୍ରୀୟ ଅବହେଳା ଓ ରାଜ୍ୟର ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗକୁ ଗୁରୁତ୍ବ ଦେବ ବିଜେଡି

ଭୁବନେଶ୍ୱର: ପାର୍ଲାମେଣ୍ଟର ବଜେଟ୍ ଅଧିବେଶନରେ ଦଳର ରଣନୀତି ନେଇ ବିଜେଡିର ସଂସଦୀୟ ଦଳର ବୈଠକ ଶେଷ ହୋଇଛି । ଦଳର ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେଉଁ କେଉଁ ପ୍ରସଙ୍ଗକୁ ବିଜୁ ଜନତା ଦଳର ସାଂସଦମାନେ ଉତଥାପନ କରିବେ ତାହା ସ୍ଥିର କରାଯାଇଛି   ଅଗାମୀ ବଜେଟ ଅଧିବେଶନରେ ଦଳ ପକ୍ଷରୁ ଉଠାଯିବାକୁ ଥିବା ପ୍ରସଙ୍ଗ ବାବଦରେ ଅବଗତ କଲେ ମୁଖ୍ୟମନ୍ତ୍ରୀ । ଉଭୟ ଲୋକସଭା ଓ ରାଜ୍ୟସଭା ସାଂସଦଙ୍କୁ ଏନେଇ ମୁଖ୍ୟମନ୍ତ୍ରୀ ଅବଗତ କରିଥିବା କହିଛନ୍ତି  ସାଂସଦ ସସ୍ମିତ ପାତ୍ର ।

ସେହିପରି ରେଳବାଇ କ୍ଷେତ୍ରରେ ଓଡିଶାରୁ କେନ୍ଦ୍ର ସରକାର ହଜାର ହଜାର କୋଟି ଟଙ୍କାର ରାଜସ୍ବ ହାସଲ କରୁଛି । କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ରାଜ୍ୟରେ ପ୍ରାୟ ୩୦୦ଟି ଷ୍ଟପେଜ ବନ୍ଦ କରିଛି ରେଳ ବିଭାଗ । ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଲାଗି ଜମି ଅଧିଗ୍ରହଣ ସରିଥିବାବେଳେ କାର‌୍ୟ୍ୟ ଅଗ୍ରଗତି ହୋଇପାରିନାହିଁ । କେନ୍ଦ୍ରାପଡାକୁ ଲୋକାଲ ଟ୍ରେନ ଚଳାଚଳ ହୋଇପାରିନାହିଁ । କୋଲ ରୟାଲଟି, ୩୩ ପ୍ରତିଶତ ମହିଳା ସଂରକ୍ଷଣ, ବିଧାନ ପରିଷଦ ଗଠନ, କୋଶଳୀ ଏବଂ ହୋ ଭାଷାକୁ ଅଷ୍ଟମ ଅନୁଛେଦରେ ସାମିଲ କରାଯିବା ଭଳି ଦାବିକୁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସାମିଲ କରିବା, ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର, କୃଷି ଆଇନରେ ସ୍ୱାମୀନାଥନ କମିଟି ରିପୋର୍ଟକୁ ଲାଗୁ କରିବା, କେନ୍ଦୁପତ୍ର ଉପରୁ ଜିଏସଟି ହ୍ରାସ କରିବା , ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରିବା ଭଳି ଦାବି ଉଠେଇବ ଦଳ । ଏହା ସହ ଓଡ଼ିଶାର ସ୍ୱାର୍ଥ ଦୃଷ୍ଟିରୁ ଯେ କୌଣସି ପ୍ରସଙ୍ଗ ଆସିବ ବିଜେଡ଼ି ତାହାକୁ ଗୃହରେ ଉପସ୍ଥାପନ କରିବ ବୋଲି କହିଛନ୍ତି ସସ୍ମିତ ପାତ୍ର ।

bjd parliamnetary board meeting  for parliamnet budget session