ପୂର୍ବରୁ ଶୋଷଣର ସରକାର ବିରୁଦ୍ଧରେ ଲଢୁଥିଲୁ, ଏବେ ଭାଷଣର ସରକାର ବିରୁଦ୍ଧରେ ଲଢିବୁ : ପ୍ରଣବ ପ୍ରକାଶ ଦାସ

ନବୀନିଜିମ୍‌କୁ ବୁଝି ତାଙ୍କ ନୀତି ଆଦର୍ଶକୁ ଆପଣାଇବାକୁ ଯୁବ ଓ ଛାତ୍ର ନେତାକୁ ପ୍ରଣବଙ୍କ ପରାମର୍ଶ

ଭୁବନେଶ୍ୱର : ଭଦ୍ରକରେ ଅନୁଷ୍ଠିତ ବିଶାଳ ବିଜୁ ଯୁବ ଓ ଛାତ୍ର ନେତୃତ୍ୱ ସମ୍ମିଳନୀ ରେ ଯୁବ ଓ ଛାତ୍ର ନେତାଙ୍କୁ ପ୍ରଣବ ପ୍ରକାଶ ଦାସ ଅନେକ ବାର୍ତ୍ତା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶକୁ ଆପଣାଇବାକୁ ବ୍ରଣବ ଆହ୍ୱାନ ଦେବା ନବୀନଙ୍କ ନୀତି ଆଦର୍ଶକୁ ମାନିବାକୁ କହିଛନ୍ତି । ଏହା ଜଣେ ସାଧାରଣ ଲୋକକୁ ମହାନ କରିବାରେ ସହାୟକ ହୋଇପାରେ ।

କେନ୍ଦ୍ରରେ ଜୁମଲା ସରକାର ଚାଲିଛି
ପୂର୍ବରୁ ଶୋଷଣର ସରକାର ବିରୁଦ୍ଧରେ ଲଢୁଥିଲୁ
ଏବେ ଭାଷଣର ସରକାର ବିରୁଦ୍ଧରେ ଲଢିବୁ
ଭୋକିଲା ପେଟରେ ରାଜନୀତି କରାଯାଏନାହିଁ,ଯାହାକୁ ମୁଖ୍ୟମନ୍ତ୍ରୀ ବୁଝିଛନ୍ତି
ବିକାଶ ଧାରାରେ ମାଆ ମାନଙ୍କର ପ୍ରମୁଖ ଭୂମିକା ରହିଛି
ମାଆମାନେ ବଢିଲେ ଦେଶ ବଢିବ

ଏବେ କେନ୍ଦ୍ରରେ ଜୁମଲା ସରକାର ଚାଲିଛି। ପୂର୍ବରୁ ଶୋଷଣର ସରକାର ବିରୁଦ୍ଧରେ ଲଢୁଥିଲୁ । ଏବେ ଭାଷଣର ସରକାର ବିରୁଦ୍ଧରେ ଲଢିବୁ। ଶୋଷଣ ବିରୁଦ୍ଧରେ ଲଢିଲଢି ରାଜ୍ଯରୁ କଂଗ୍ରେସକୁ ନିପାତ କରିଛୁ। ଏବେ ଭଷଣ ବିରୁଦ୍ଧରେ ଲଢିଲଢି ନିପାତ କରିବୁ। ସୋସିଆଲ ମିଡିଆରେ ବିଭ୍ରାନ୍ତି କରାଯାଉଛି। ପୃଥିବୀ ରେ ଭୟ, ଆତଙ୍କବାଦ ଏବଂ ବିଛିନ୍ନତାବାଦ ନଥିଲା।  ଭୋକିଲା ପେଟରେ ରାଜନୀତି କରାଯାଏନାହିଁ। ଯାହାକୁ ମୁଖ୍ୟମନ୍ତ୍ରୀ ବୁଝିଛନ୍ତି । ଆଗେ ନବୀନିଜିମ୍ ବୁଝିବାକୁ ପରାମର୍ଶ।  ରାଜ୍ୟ ସରକାର ସବୁ ଧାନ ଉଠାଇବାକୁ ପ୍ରତିଶ୍ରୁତିବଦ୍ଧ। କିନ୍ତୁ ଚାଉଳ ଉଠାଇବା ପାଇଁ କେନ୍ଦ୍ର ସହଯୋଗ କରୁନି। ମାତ୍ର ଦୁଇ ହଜାର କୋଟି ପ୍ରଦାନ କଲେ ପଶ୍ଚିମ ଓଡ଼ିଶାରେ ଗୋଟିଏ ବି ଧାନ ରହିବ ନାହିଁ। ସୋସିଆଲ ମିଡିଆରେ ଚାଲିଥିବା ଅପପ୍ରଚାରକୁ ଦୃଢ ହସ୍ତରେ ଜବାବ ଦେବାକୁ ଯୁବ ଛାତ୍ର ନେତୃତ୍ବ ଙ୍କୁ ଆହ୍ବାନ। ୨୧ ବର୍ଷରେ ୨୦୦୯ ର ଭାଗୁଆଳି ଗ୍ରୋଥ ଏବଂ ଏକା ଶାସନ ଗ୍ରୋଥ ମଧ୍ୟରେ ଆକାଶ ପାତାଳ ଫରକ। ଯୁବ ଛାତ୍ର ମାନେ ସବୁ ସମୟରେ ନବୀନ ପଟ୍ଟନାୟକଙ୍କ ସହ ରହି ବିକାଶ କାମକୁ ଆଗେଇ ନେବେ ବୋଲି ସଂକଳ୍ପ କଲେ ପ୍ରଣବ ପ୍ରକାଶ ଦାସ।

ପ୍ରଣବ ପ୍ରକାଶ ଦାସ ଆହୁରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ ୩୩ ପ୍ରତିଶତ ମହିଳାଙ୍କୁ ସୁଯୋଗ ଦିଅନ୍ତୁ। ନିଜେ ମଧ୍ୟ କାର୍ଯ୍ୟକାରୀ କରିଥିଲେ। ବିଜୁ ବାବୁ ମଧ୍ୟ ମା’ମାନଙ୍କୁ ଅଗ୍ରାଧିକାର ଦେଉଥିଲେ। ବିକାଶ ଧାରାରେ ମାଆ ମାନଙ୍କର ପ୍ରମୁଖ ଭୂମିକା ରହିଛି । ମାଆମାନେ ବଢିଲେ ଦେଶ ବଢିବ । ମାଆମାନେ ସାମ୍ନାକୁ ଆସିବା ଦରକାର । ସମସ୍ତେ ପ୍ରଥମେ ନବୀନିଜିମ୍ ବୁଝିବା ଆବଶ୍ୟକ । ନବୀନିଜିମ୍‌କୁ ବୁଝି ତାଙ୍କ ନୀତି ଆଦର୍ଶକୁ ଆପଣାଇବାକୁ ଯୁବ ଓ ଛାତ୍ର ନେତାକୁ ପରାମର୍ଶ ଦେଇଛନ୍ତି । କେବେଳ ମିଥ୍ୟା ପ୍ରଚାରରେ ମାତିଲେ ହେବନି, ଲୋକଙ୍କ ଭଲ ପାଇଁ କାର୍ଯ୍ୟ କରିବାକୁ ପଡ଼ିବ । ସେହିଭଳି ଶୋଷଣ ବିରୋଧରେ ଲଢେଇ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇ ଆସିଛନ୍ତି । ଭାରତରେ ଓଡ଼ିଶାର ମାନଚିତ୍ରକୁ ବଦଳାଇବାକୁ ମୁଖ୍ୟମନ୍ତ୍ରୀ ସବୁ ବେଳେ ପ୍ରୟାସ କରିଛନ୍ତି । ଏହାସହ ବିଜୁ ବାବୁଙ୍କ ସ୍ୱପ୍ନକୁ ସତ କରୁଛନ୍ତି ମୁଖ୍ୟମନ୍ତ୍ରୀ । କଥା ନୁହେଁ ଆମେ କର୍ମକୁ ବିଶ୍ୱାସ କରୁ ବୋଲି କହିଛନ୍ତି ପ୍ରଣବ ।