ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶ ଓ ଭିଜନକୁ ନେଇ ଲୋକଙ୍କ ପାଖରେ ପହଞ୍ଚାଅ : ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶ ଓ ଭିଜନକୁ ନେଇ ଲୋକଙ୍କ ପାଖରେ ପହଞ୍ଚାଅ । ନିଜ ଭିତରେ ନେତା ହେବାକୁ ସ୍ପନ୍ଦନ ତିଆରି କର ଛାତ୍ର ବିଜେଡିର କାର୍ଯ୍ୟକାରିଣୀ  ଉପସ୍ଥିତ ଛାତ୍ର ସମାବେଶରେ ଉଦବୋଧନ ଦେଇ ଏହ। କହିଛନ୍ତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

ଏହି ଅବସରରେ ସେ ନବୀନଙ୍କ ନୀତି, ଆଦର୍ଶ ଓ ଭିଜନକୁ ନେଇ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଛନ୍ତି । ନିଜ ଭିତରେ ନେତା ହେବାକୁ ସ୍ପନ୍ଦନ ତିଆରି କର। ମୁଖ୍ୟମନ୍ତ୍ରୀଙ୍କ ଭଳି ନୀତି ଆଦର୍ଶ ଓ ଲୋକଙ୍କ ପାଇଁ ସେ ଯେଉଁଭଳି କାମ କରୁଛନ୍ତି ସେହିଭଳି ତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବାକୁ ସେ ଆହ୍ୱାନ କରିଛନ୍ତି । ସେ ଦୁର୍ନୀତି ବିରୋଧରେ ଲଢେଇ ପାଇଁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି ଯେ, ଦୁର୍ନୀତି ମୁକ୍ତ ଓଡିଶା ବିଜେଡିର ଲକ୍ଷ୍ୟ । ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଯିଏ ମିଥ୍ୟା ଆରୋପ ଆଣୁଛନ୍ତି ସେମାନଙ୍କୁ ଉଚିତ ଢଙ୍ଗରେ ସମ୍ମୁଖୀନ ହୁଅ ବୋଲି ପ୍ରଣବ କହିଛନ୍ତି ।