୨୦୧୭ରୁ ନୀତି ଆୟୋଗ ସ୍କୁଲ ମିଶ୍ରଣ ପାଇଁ କହିଛି : ପ୍ରତାପ ଦେବ

କୌଣସି ସ୍କୁଲକୁ ବନ୍ଦ କରାଯାଇନି ମିଶ୍ରଣ କରାଯାଇଛି : ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ

ଭୁବନେଶ୍ୱର : ସ୍କୁଲ ବନ୍ଦ ପ୍ରସଙ୍ଗରେ ବିଧାନସଭାରେ ମୋସନ ଆଲୋଚନା ସମୟରେ ବିରୋଧୀଙ୍କ ଆରୋପର ଜବାବ ରନ୍ଥିଲେ ବିଜେଡି ବିଧାୟକ ପ୍ରତାପ ଦେବ । ସ୍କୁଲ ମିଶ୍ରଣ ପ୍ରସଙ୍ଗରେ କେନ୍ଦ୍ର ଉପରେ ଦୋଷ ଲଦିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ। ଏ ଉଦ୍ଭଟ ଚିନ୍ତାଧାରା କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଛି। ୨୦୧୭ରୁ ନୀତି ଆୟୋଗ ମିଶ୍ରଣ ପାଇଁ କହିଛି। ନୀତି ଆୟୋଗ ବାରମ୍ବାର ରାଜ୍ୟ ସରକାରଙ୍କୁ କହିଛନ୍ତି। ନୂତନ ଶିକ୍ଷାନୀତିରେ ଏ ବିଷୟରେ ମଧ୍ୟ ଉଲ୍ଲେଖ ରହିଛି। ସ୍କୁଲ ମିଶ୍ରଣ ପାଇଁ ରାଜ୍ୟ ସରକାର ବିଭିନ୍ନ କମିଟି କରିଛନ୍ତି। ଅଭିଯୋଗ କଲେ ସମାଧାନର ରାସ୍ତା ବାହାର କରାଯାଉଛି। ବାଟରେ ଚାଲି ନ ଜାଣି ବାଟର ଦୋଷ ଦେଲା ଭଳି ବିରୋଧୀ ଵ୍ୟଵହାର କରୁଛନ୍ତି। ଉଦ୍ଦେଶ୍ୟ ମୂଳକ ଭାବେ କୌଣସି ସ୍କୁଲ କୁ ବନ୍ଦ କରାଯାଉନଥିବା କହିଛନ୍ତି ପ୍ରତାପ ଦେବ ।

bjd on school close issue in odisha assembly

ସ୍କୁଲ ବନ୍ଦ ପ୍ରସଙ୍ଗରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ମୋସନ ଆଲୋଚନା ଆରମ୍ଭ କରି  ସ୍କୁଲ ବନ୍ଦ କରାଯାଇନି, ମିଶ୍ରଣ କରାଯାଇଛି ବୋଲି  ଗୃହକୁ ଅବଗତ କରାଇଛନ୍ତି । କିଛି ସ୍ଥାନରେ ୮ ଛାତ୍ରଛାତ୍ରୀଙ୍କ ପାଇଁ ଅଛନ୍ତି ୨ ଜଣ ଶିକ୍ଷକ । ଯାହା ଯଥାର୍ଥ ନୁହେଁ। ଯଦି କିଛି ସ୍କୁଲରେ ନାମଲେଖା ବେଳେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢିବ,ସେଠାରେ ସ୍କୁଲ ଚାଲି ପାରିବ। ଯଦି କାହାର କିଛି ଅଭିଯୋଗ ରହିଛି, ଜିଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଅଭିଯୋଗ କରିପାରିବେ। ସେଇଠି ସମାଧାନ ହୋଇପାରିବ। ଜାତୀୟ ଶିକ୍ଷା ନୀତି ପ୍ରଣୟନ କରାଯାଇଛି। ଗୋଟିଏ କ୍ଲାସରେ କେତେ ଛାତ୍ରଛାତ୍ରୀ ରହିବେ ସେଥିପାଇଁ ନିୟମ ପ୍ରଣୟନ କରାଯାଇଛି। ତେଣୁ କୌଣସି ସ୍କୁଲକୁ ବନ୍ଦ କରାଯାଇନି ମିଶ୍ରଣ କରାଯାଇଛି ବୋଲି ଗୃହକୁ ଜଣାଇଛନ୍ତି ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।