ପିସିସି ସଭାପତିଙ୍କୁ ଆକ୍ରମଣ ଘଟଣା : ରାଜ୍ୟରେ ବିଜେପି ତ୍ରିପୁରା ମଡେଲ ଅପଣାଇଛି- ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି

ଭୁବନେଶ୍ୱର : କେନ୍ଦୁଝରରେ ଗତ କାଲି ସଂଧ୍ୟାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଘଟଣାକୁ ରାଜନୀତି ଯୋର ଧରିଥିବାବେଳେ ପ୍ରସଙ୍ଗରେ କଡା ଆଭିମୁଖ୍ୟ ରଖିଛି ବିଜେଡି । ଘଟଣାକୁ ନିନ୍ଦା କରିଛି ବିଜେଡି । ଏହା ସହ ବିଜେପିକୁ କଡା ସମାଲୋଚନା କରିଛି ଦଳ । ଏନେଇ ଏକ ସାମ୍ବାଦିକ ସମ୍ମଳନୀରେ ଦଳ ପକ୍ଷରୁ ପତିକ୍ରିୟା ରଖିଛନ୍ତି ମୁଖପାତ୍ର ଲେନିନ୍ ମହାନ୍ତି । ରାଜନୀତିର ହିଂସାର ସ୍ଥାନ ନାହିଁ । ଯେଉଁ ଦଳ ପ୍ରତିଦିନ ନୀତିବାଣୀ ଦେଉଛି, ସେହି ଦଳ ନିଜର ଯୁବ କର୍ମକର୍ତ୍ତାଙ୍କୁ ପଠାଇ ଆକ୍ରମଣ କରୁଛି । ଓଡ଼ିଶାରେ ପୂର୍ବରୁ ଏଭଳି ଘଟଣା ଦେଖିବାକୁ ମିଳୁନଥିଲା । ରାଜ୍ୟରେ ବିଜେପି ତ୍ରିପୁରା ମଡେଲ ଅପଣାଇଛି ବୋଲି ଲେନିନ୍ କହିଛନ୍ତି ।