ଭାରତ ଅର୍ଥନୀତିର ଖରାପ ପ୍ରଦର୍ଶନ ସତ୍ତେ୍ୱ ଓଡ଼ିଶାର ଅଭିବୃଦ୍ଧି ହାର ବଢ଼ିଚାଲିଛି: ବିଜେଡି

ଭୁବନେଶ୍ୱର : ୨୦୧୮ ମସିହାରେ ଭାରତର ଅଭିବୃଦ୍ଧି ହାର ଦ୍ୱିତୀୟ ତ୍ରୈୟମାସିକ ପ୍ରଥମ ତ୍ରୈୟମାସିକ ତୁଳନାରେ ୧.୧% ହ୍ରାସ ପାଇଛି । ପ୍ରଥମ ତ୍ରୈୟମାସିକରେ ୮.୨% ଅଭିବୃଦ୍ଧି ହାର ଥିଲାବେଳେ ଏହା ଦ୍ୱିତୀୟ ତ୍ରୈୟମାସିକରେ ୭.୧%ରେ ପହଞ୍ôଚଛି । ଆର୍ôଥକ ବର୍ଷ ୨୦୧୮-୧୯ ଶେଷ ସୁଦ୍ଧା ଅଭିବୃଦ୍ଧି ହାର ୭.୧%ରେ ହିଁ ସୀମିତ ରହିବାର ସୂଚନା ମିଳୁଛି ବୋଲି କେନ୍ଦ୍ର ସରକାରଙ୍କ ସଂସ୍ଥା ସେଣ୍ଟ୍ରାଲ ଷ୍ଟାଷ୍ଟିକାଲ୍‍ ଅର୍ଗାଇଜେସନ୍‍ (କେନ୍ଦ୍ରୀୟ ପରିସଂଖ୍ୟାନ ପ୍ରତିଷ୍ଠାନ) ଏକ ରିପୋର୍ଟରେ ଉଲ୍ଲେଖ କରିଛି । କୃଷି କ୍ଷେତ୍ରରେ ଅଭିବୃଦ୍ଧି ହାର ପ୍ରଥମ ତ୍ରୈୟମାସିକରେ ୫.୩% ଥିଲାବେଳେ ଏହା ୨ୟ ତ୍ରୈୟମାସିକରେ ଦେଢ଼ ପ୍ରତିଶତ ହ୍ରାସ ପାଇ ୩.୮%କୁ ଖସିଛି । ସମାନ ଭାବରେ ଖଣିଜ କ୍ଷେତ୍ରରେ ଅଭିବୃଦ୍ଧି ହାର ୬.୯%ରୁ ୨.୪% ହ୍ରାସ ପାଇ ୪.୨%ରେ ପହଞ୍ôଚଛି । ବିଦ୍ୟୁତ, ରନ୍ଧନ ଗ୍ୟାସ୍‍, ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧାର ଅଭିବୃଦ୍ଧି ହାର ୯.୨%ରୁ ଖସି ୭.୩%ରେ ପହଞ୍ôଚଛି । ନିର୍ମାଣ କ୍ଷେତ୍ରରେ ମଧ୍ୟ ଅଭିବୃଦ୍ଧି ହାର ୨ୟ ତ୍ରୟମାସିକରେ ୮.୭%ରୁ ୧.୧% ହ୍ରାସ ପାଇ ୭.୮%ରେ ପହଞ୍ôଚଛି ।

ଅନ୍ତରାଷ୍ଟ୍ରୀୟ ସଂସ୍ଥାମାନେ ଯଥା, ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍‍ଏଫ୍‍), ମୁଡିସ୍‍ ଓ ଏସ୍‍ଆଣ୍ଡପି ମଧ୍ୟ ଭାରତର ଅଭିବୃଦ୍ଧି ହାରକୁ ନେଇ ଚିନ୍ତା ପ୍ରକଟ କରିଛି । ଏହି ସଂସ୍ଥାଗୁଡିକ ଭାରତର ଅଭିବୃଦ୍ଧି ହାର ୭.୩% ମଧ୍ୟରେ ରହିବ ବୋଲି ନିଜର ଗବେଷଣାରୁ ଜାଣିପାରିଛନ୍ତି ଏବଂ ତାହା ନିଜର ରିପୋର୍ଟ ମାଧ୍ୟମରେ ପ୍ରକାଶ କରିଛନ୍ତି । କେନ୍ଦ୍ର ସରକାର ନିଜର ଭୁଲ ଅର୍ଥନୈତିକ ନିଷ୍ପତ୍ତିଗୁଡିକୁ ଘୋଡ଼ାଇବା ପାଇଁ ଏବଂ ଅଭିବୃଦ୍ଧି ହାରକୁ ଚଞ୍ଚକତା କରି ଅତିରଞ୍ଜିତ କରିବା ପାଇଁ ମୂଳ ବର୍ଷକୁ ରାଷ୍ଟ୍ରୀୟ ଆକାଉଣ୍ଟିଂ ବ୍ୟବସ୍ଥାରେ ପରିବର୍ତ୍ତନ କରିଛନ୍ତି । ଆଗରୁ ମୂଳ ବର୍ଷକୁ ୨୦୦୪-୦୫ ଆର୍ôଥକ ବର୍ଷ ଭାବରେ ନିଆଯାଉଥିବା ବେଳେ ଏହାକୁ ପରିବର୍ତ୍ତନ କରି ୨୦୧୧-୧୨ ଆର୍ôଥକ ବର୍ଷକୁ ମୂଳ ବର୍ଷ ଭାବରେ ନେବା ପଛରେ ଏନ୍‍ଡିଏ ସରକାରର ଅବଧିରେ ଆର୍ôଥକ ଅଭିବୃଦ୍ଧିକୁ ଅତ୍ୟଧିକ କରିବା ପାଇଁ କୃତ୍ରିମ ପ୍ରଚେଷ୍ଟା ରହିଛି ।

୧୭ ଅଗଷ୍ଟ ୨୦୧୮ରେ କେନ୍ଦ୍ର ସରକାରଙ୍କ ଅନୁମୋଦିତ ଏକ କମିଟି ଦ୍ୱାରା ଯେଉଁ ଆର୍ଥିକ ଅଭିବୃଦ୍ଧି ହାରର ତଥ୍ୟ ପଦାକୁ ଆସିଲା ତାହା କେନ୍ଦ୍ର ସରକାରକୁ ହରଡ଼ଘଣାରେ ପକାଇଲା । ଅଭିବୃଦ୍ଧି ହାର ବଢ଼ୁଥିବା ସ୍ଥାନରେ ଉପା ସମୟର ଅଭିବୃଦ୍ଧି ହାର ଠାରୁ ହ୍ରାସ ପାଉଥିବା ଦେଖାଗଲା । ଏହାଠାରୁ ମୁକୁଳିବା ପାଇଁ କେନ୍ଦ୍ର ସରକାର ଆଉ ଏକ କମିଟି ମାଧ୍ୟମରେ ୨୯ ନଭେମ୍ବର ୨୦୧୮ରେ ଅଭିବୃଦ୍ଧି ହାରକୁ ନୂତନ ଭାବରେ ରୂପାୟନ କରି ନିଜ ସରକାରକୁ ସୁହାଇଲା ଭଳି ପରିବେଷଣ କଲେ । ଓଡ଼ିଶା କ୍ଷେତ୍ରରେ ଅଭିବୃଦ୍ଧି ହାର ୨୦୧୩-୧୪ ରାଷ୍ଟ୍ରୀୟ ଅଭିବୃଦ୍ଧି ହାର ଠାରୁ ଯଥେଷ୍ଟ ଆଗରେ ରହିଛି ।

୨୦୧୭-୧୮ ଆର୍ôଥକ ବର୍ଷ ପାଇଁ ଓଡ଼ିଶାର ଅଭିବୃଦ୍ଧି ହାର ୭.୧୪%ରେ ପହଞ୍ôଚଥିଲା ବେଳେ ଭାରତବର୍ଷର ଅଭିବୃଦ୍ଧି ହାର କେବଳ ୬.୫% ପର୍ଯ୍ୟନ୍ତ ପହଞ୍ôଚପାରିଥିଲା । ଓଡ଼ିଶାର ଅର୍ଥନୀତି ଅଭିବୃଦ୍ଧି ଆସନ୍ତା ବର୍ଷମାନଙ୍କରେ ଆହୁରି ଦ୍ରୁତ ଗତିରେ ଅଗ୍ରସର ହେବାର ଅନେକ ସମ୍ଭାବନା ରହିଛି । ଆର୍‍ବିଆଇ ତଥ୍ୟ ଅନୁଯାୟୀ ୧୯୯୫ରୁ ୧୯୯୯ ମସିହା ପର୍ଯ୍ୟନ୍ତ ଦେଶର ଅଭିବୃଦ୍ଧି ହାର ୬.୭% ଥିଲାବେଳେ ଓଡ଼ିଶା ଅଭିବୃଦ୍ଧି କେବଳ ୩.୮%ରେ ସୀମିତ ଥିଲା । ଏହା କଂଗ୍ରେସ ସରକାର ଅମଳର କଥା । ୨୦୦୦ରୁ ୨୦୦୪ ମଧ୍ୟରେ ଭାରତବର୍ଷର ଅଭିବୃଦ୍ଧି ହାର ୬.୧% ଥିଲାବେଳେ ଓଡ଼ିଶାରେ ଅଭିବୃଦ୍ଧି ୮.୩%କୁ ବଢ଼ିଥିଲା । ୨୦୦୫-୦୯ ଅବଧି ମଧ୍ୟରେ ଭାରତବର୍ଷର ଅଭିବୃଦ୍ଧି ହାର ୮.୫% ଥିଲାବେଳେ ଓଡ଼ିଶାରେ ୯% ଥିଲା, ଯାହାକି ଦେଶର ଅଭିବୃଦ୍ଧି ହାର ଠାରୁ ଯଥେଷ୍ଟ ଅଧିକ । ୨୦୧୫-୧୬ ଆର୍ôଥକ ବର୍ଷରେ ଭାରତବର୍ଷର ଅଭିବୃଦ୍ଧି ହାର ୬.୬% ହୋଇଥିବା ବେଳେ ଓଡ଼ିଶା ତାହାଠାରୁ ଯଥେଷ୍ଟ ଆଗରେ ରହି ୧୦.୪% ଅଭିବୃଦ୍ଧି ହାରରେ ଉନ୍ନତି ପଥରେ ଆଗେଇ ଚାଲିଥିଲା ।

ବିଜୁ ଜନତା ଦଳ ବିଶ୍ୱାସ କରେ, ବିକାଶ ଏବଂ ପ୍ରଗତି ହେବା ଦରକାର । କିନ୍ତୁ ବିଜେପିର କେନ୍ଦ୍ର ସରକାର ଯେଉଁ ନୀତି ଆଣୁଛନ୍ତି ସେଥିରେ ଧନୀ ଅଧିକ ଧନୀ ହେଉଛି ଓ ଗରିବ ତା’ର ଜୀବନ ଜୀବିକା ହରାଉଛି । ରାଜ୍ୟ ସରକାର ଓଡ଼ିଶାର ପ୍ରତ୍ୟେକଟି ବର୍ଗ ଓ ଶ୍ରେଣୀ ପାଇଁ ସମାନ ସୁବିଧା ଯୋଗାଇବାରେ ବିଶ୍ୱାସ କରେ ଏବଂ ଅର୍ଥନୈତିକ କ୍ଷେତ୍ରରେ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗେଇ ଯିବାରେ ଲକ୍ଷ୍ୟ ରଖିଛି । କେନ୍ଦ୍ର ସରକାରଙ୍କର ଭୁଲ ଅର୍ଥନୈତିକ ନିଷ୍ପତ୍ତି ଯୋଗୁ ମାତ୍ର ୨ବର୍ଷ ମଧ୍ୟରେ ବେରୋଜଗାରୀ ସର୍ବାଧିକ ୬.୯%ରେ ପହଞ୍ôଚଛି । ବିମୁଦ୍ରାକରଣ ଯୋଗୁ ପାଖାପାଖି ୧୫ଲକ୍ଷ ଚାକିରିର ସୁଯୋଗ ଲୋକେ ହରାଇଲେ ବୋଲି ସିଏମ୍‍ଆଇ ସଂସ୍ଥା ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ।

ଅପରପକ୍ଷେ ଓଡ଼ିଶାରେ ଭାରତ ତୁଳନାରେ ସର୍ବାଧିକ ଘର ପିଛା ଅତିକମ୍‍ରେ ଜଣେ ଚାକିରି କରୁଥିବା ବ୍ୟକ୍ତି ରହିଥିବାର ସୂଚନା ସିଏସ୍‍ଓ ସଂସ୍ଥାର ରିପୋର୍ଟରେ ଦର୍ଶାଯାଇଛି । ବେରୋଜଗାରୀ କ୍ଷେତ୍ରରେ ବିଜେପି ଶାସିତ ରାଜ୍ୟମାନଙ୍କ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ଅଛି ବୋଲି ସେହି ସିଏସ୍‍ଓ ସଂସ୍ଥା ଓଡ଼ିଶା ସଂପର୍କୀତ ତାଙ୍କର ବାର୍ଷିକ ରିପୋର୍ଟରେ ଟେବୁଲ ନଂ ୫ରେ ଦର୍ଶାଇଛନ୍ତି । ଓଡ଼ିଶା ବିକାଶ ଓ ପ୍ରଗତି ପଥେ ଅଗ୍ରସର ହେଉଛି ଏବଂ ମେକ୍‍-ଇନ୍‍-ଓଡ଼ିଶାର ଦ୍ୱିତୀୟ ସଂସ୍କରଣ ଯୋଗୁ ୫ଲକ୍ଷ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ଜାଗ୍ରତ ହୋଇଛି । ଯେଉଁ ୪ଲକ୍ଷ କୋଟି ଟଙ୍କା ନିବେଶର ପ୍ରତିଶ୍ରୁତି ଏହି ସଂସ୍କରଣରେ ଓଡ଼ିଶାକୁ ମିଳିଛି, ତାହାକୁ ସଫଳତାର ସହିତ ରୂପାୟନ କରିବା କ୍ଷେତ୍ରରେ ରାଜ୍ୟ ସରକାର ଚେଷ୍ଟିତ ଏବଂ ଉଦ୍ୟମରତ । ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ଭାରତବର୍ଷର ଅର୍ଥନୀତି ଦିଗହରା ଓ ସ୍ଥାଣୁ ପାଲଟିଥିବା ବେଳେ ଓଡ଼ିଶା ନିଜ ଉଦ୍ୟମ ବଳରେ ଓଡ଼ିଶାବାସୀଙ୍କ ପାଇଁ ବିକାଶର ଅନେକ ସୁଯୋଗ ସୃଷ୍ଟି କରିଆସିଛି ଓ କରୁଥିବ ବୋଲି ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଆଇଟି ସେଲ୍‍ ମୁଖ୍ୟ ତଥା ମୁଖପାତ୍ର ଡ. ଅମର ପଟ୍ଟନାୟକ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟତମ ମୁଖପାତ୍ର ଡ. ସସ୍ମିତ ପାତ୍ର ଉପସ୍ଥିତ ଥିଲେ ।