ସାରଦାଙ୍କୁ ତୁରନ୍ତ ଗିରଫ କରାଯାଉ : ବିଜେଡ଼ି

“ବିପିଏଲ୍ ତାଲିକା ଭୁକ୍ତ ଥିବା ବ୍ୟକ୍ତି କୋଟିପତି ହେଲେ କିପରି ?”

ଭୁବନେଶ୍ୱର : ମାହାଙ୍ଗା ହେଉଛି ଏକ ସଂସ୍କୃତି ସମ୍ପନ୍ନ ମାଟି, କିନ୍ତୁ ଜଣେ ଅଭ୍ୟାସଗତ, ମିଥ୍ୟାବାଦୀ ଓ ବୃତ୍ତିଗତ ଅପରାଧୀ ସାରଦା ପ୍ରଧାନ ସେହି ପବିତ୍ର ମାଟିର ଗାରିମାକୁ ଭୁଲୁଣ୍ଠିତ କରିବାକୁ ଉଦ୍ୟମ କରୁଛନ୍ତି । ମାହାଙ୍ଗାରୁ ବିଧାନସଭାର ନିର୍ବାଚନ ଲଢ଼ିଥିବା ସାରଦା ପ୍ରଧାନ ଏବେ ଭୁବନେଶ୍ୱରରେ ଆତଙ୍କରାଜ ଚଳାଇଛନ୍ତି । ଲୋକଙ୍କ ଘରେ ପଶି ଗୁଣ୍ଡାଗର୍ଦ୍ଦି କରୁଛନ୍ତି । ନୟାପଲ୍ଲୀ ଥାନା ଆଇଆରସି ଭିଲେଜ୍ N-3e Plot No. 211  ଘରେ ନିଜ ଅପରାଧିକ ସହଯୋଗୀଙ୍କୁ ଧରି ଜୋରଜବରଦସ୍ତ ପ୍ରବେଶ କରି ଅଭଦ୍ରୋଚିତ ବ୍ୟବହାର, ଆକ୍ରମଣ, ସମ୍ପତ୍ତି ନଷ୍ଟ ଓ ଲୁଟ୍ ଭଳି ଜଘନ୍ୟ କାର୍ଯ୍ୟ କରିଥିବା ସମ୍ବନ୍ଧୀୟ ଅଭିଯୋଗ ନୟାପଲ୍ଲୀ ଥାନା ଉବଗ୍ଦର Case No. 145/21ରେ ପଞ୍ଜିକୃତ ହୋଇଛି । ସାରଦା ପ୍ରଧାନ ଓରଫ ବୁଲୁଙ୍କ ନାମରେ ଅପରାଧିକ କାର୍ଯ୍ୟ ପାଇଁ ମାହାଙ୍ଗା ଥାନାରେ Case No. 57/99, GR Case No. 156/2002, GR Case No. 209/99, PS Case No. 46/02   ମାମଲା ରୁଜୁ ହୋଇଛି ।  GR Case No. 209/99ରେ ଗିରଫ ହୋଇ ୨୨ ଦିନ ଚୌଦ୍ୱାର ଜେଲ୍‌ରେ ରହିଥିଲେ । ଇତିମଧ୍ୟରେ ନୟାପଲ୍ଲୀ ଥାନାରେ ଜନୈକ ଭଦ୍ରବ୍ୟକ୍ତିଙ୍କ ଘରେ ପଶି ସଙ୍ଗବଦ୍ଧ ଆକ୍ରମଣ ସହିତ ଡକାୟତି ମାମଲାରେ ଅଭିଯୁକ୍ତ ସାରଦା ପ୍ରଧାନଙ୍କ ନାମରେ Case No. 145/21 ରୁଜୁ କରାଯାଇଛି । ବିପିଏଲ୍ ତାଲିକାଭୁକ୍ତ ଥିବା ସାରଦା ଖୁବ୍ କମ୍ ଦିନ ଭିତରେ କିପରି କୋଟିପତି ହେଲେ ବୋଲି ବିଜେଡ଼ି ମୁଖପାତ୍ର ଶ୍ରୀ ଲେନିନ୍ ମହାନ୍ତି ପ୍ରଶ୍ନ କରିବା ସହ ଏହାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ।


ଶ୍ରୀ ମହାନ୍ତି କହିଛନ୍ତି ଯେ, ଆଜି ମାହାଙ୍ଗା ବ୍ଲକ ଚେୟାରମ୍ୟାନ୍ ଶରତ ନାୟକ, ନିଶ୍ଚିନ୍ତକୋଇଲି ବ୍ଲକ ଚେୟାରମ୍ୟାନ୍ ସବିତା ଓଝା, ଉଭୟ ବ୍ଲକର ଭାଇସ୍ ଚେୟାରମ୍ୟାନ୍ ରସିଦା ବେଗମ ଓ ସବିତା ମହାନ୍ତିଙ୍କ ସମେତ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ଶତାଧିକ କର୍ମୀ ଓ ନେତୃମଣ୍ଡଳୀ ଭୁବନେଶ୍ୱର/କଟକ କମିଶନରେଟ୍ ପୋଲିସ୍‌ର କମିଶନରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ ଏବଂ Case No. 145/21ùe ରେ ଭାରତୀୟ ଦଣ୍ଡବିଧାନ ଆଇନ୍‌ର ଧାରା ୪୫୦ ଓ ୩୯୫ ଭଳି ସଙ୍ଗୀନ ଦଫାରେ ଅଭିଯୁକ୍ତ ସାରଦା ପ୍ରଧାନ ଓରଫ ବୁଲୁଙ୍କୁ ତୁରନ୍ତ ଗିରଫ କରାଯିବା ପାଇଁ ଦାବି କରିଥିଲେ ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ଯେଉଁ ବ୍ୟକ୍ତି ୧୯୯୭ ମସିହାରେ ବିପିଏଲ୍ ତାଲିକାଭୁକ୍ତ ଥିଲେ ଏବେ ସେ କୋଟି କୋଟି ଟଙ୍କା ସମ୍ପତ୍ତିର ଅଧିକାରୀ । ତାଙ୍କ ନିର୍ବାଚନୀ ସତ୍ୟପାଠରେ ସେ ଏହାକୁ ଉଲ୍ଲେଖ କରିଛନ୍ତି । ଏହି ଧନ କେଉଁ ଉତ୍ସରୁ ଅର୍ଜନ କରିଛନ୍ତି ତାହା ତଦନ୍ତ ସାପେକ୍ଷ । ସାରଦା ପ୍ରଧାନଙ୍କ ନାମରେ ୨୦୦୨ରୁ ୨୦୨୦ ମଧ୍ୟରେ ଅନେକ ଫୌଜଦାରୀ ମାମଲା ମଧ୍ୟ ରୁଜୁ ହୋଇଛି । ଧନୀ ଓ ଅପରାଧରେ ଜଡ଼ିତ ଲୋକଙ୍କ ପାଖରେ ମୂଲ୍ୟବାନ ସାମଗ୍ରୀ ପହଞ୍ଚାଇବା, ଓଆରଏଚଡିସିରେ ଅନିୟମିତତା କରିବା, ଋଣ ଆଣି ଫେରସ୍ତ ନ କରିବା, ଦଳିତ ଲୋକଙ୍କ ଘରେ ପଶି ଆକ୍ରମଣ କରିବା ଭଳି ଅପରାଧରେ ସେ ଜଡ଼ିତ ଅଛନ୍ତି । ଭାରତୀୟ ଜନତା ପାର୍ଟିର ସମର୍ଥନ ପାଇ ସାରଦା ପ୍ରଧାନ ଓରଫ ବୁଲୁଙ୍କର ଔଦ୍ଧତ୍ୟାମୀ ଦିନକୁ ଦିନ ଆହୁରି ବଢ଼ିଚାଲଛି । ଭାରତୀୟ ଜନତା ପାର୍ଟି ଏକ ରାଷ୍ଟ୍ରୀୟ ଦଳ ହିସାବରେ ସମାଜକୁ କଳଙ୍କିତ କରୁଥିବା ଏକ ଘୃଣ୍ୟ ବ୍ୟକ୍ତିତ୍ୱକୁ ପ୍ରୋତ୍ସାହନ ନ ଦିଅନ୍ତୁ ବୋଲି ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି । ସମାଜର ବୃହତ୍ତର ସ୍ୱାର୍ଥ ପାଇଁ ଭାରତୀୟ ଜନତା ପାର୍ଟିର ନେତା ବୋଲାଉଥିବା ଶ୍ରୀ ସାରଦା ପ୍ରଧାନ ଓରଫ ବୁଲୁଙ୍କୁ ତୁରନ୍ତ ଗିରଫ କରାଯାଉ ।