କେନ୍ଦ୍ର ପ୍ରତିଶୃତି ପ୍ରତାରଣା ପାଲଟିଛି- ବିଜେଡି

ଭୁବନେଶ୍ବର : ଓଡିଶାକୁ ପ୍ରତାରଣା କରିଛି କେନ୍ଦ୍ରର ବିଜେପି ସରକାର । ଶାସନକୁ ଆସିବା ଆଗରୁ ରାଜ୍ୟକୁ ଦେଇଥିବା କୈଣସି ପ୍ରତିଶ୍ରୃତି ପୁରଣ କରିପାରିନି କେନ୍ଦ୍ରର ବିଜେପି ସରକାର । ବିଜେପିର ନିର୍ବାଚନୀ ପ୍ରତିଶୃତି ବି ପ୍ରତାରଣା ପାଲଟିଛି । ଏମିତି ଢଙ୍ଗରେ ଆଜି କେନ୍ଦ୍ର ବିଜେପିକୁ ଟାଗେର୍ଟ କରିଛି ରାଜ୍ୟର ଶାସକ ଦଳ ବିଜେଡି । ବିଜେପିର ପ୍ରତିଶୃତି ସମାବେଶକୁ ନେଇ ବି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟର୍ଗେଟ କରିଛି ବିଜେଡି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦଳ ଅଭିଯୋଗ କରିଛି, ଧର୍ମେନ୍ଦ୍ର ହେଉଛନ୍ତି ଅଭ୍ୟାସଗତ ମିଛୁଆ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ।

୨୦୧୪ରେ ଦେଇଥିବା ପ୍ରତିଶୃତି ପାଳନ ନ କରି ଏବେ ସମାବେଶ କରୁଛନ୍ତି । ପ୍ରଥମେ ଦେଇଥିବା ପ୍ରତିଶ୍ରୃତି କେବେ ପାଳନ କରିବେ ବୋଲି ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ କରିଛି ବିଜେଡି । ଧର୍ମେନ୍ଦ୍ରଙ୍କୁ ୩ଟି ପ୍ରଶ୍ନ ପଚାରିଛି ଦଳ । ଏହା ସହ କେନ୍ଦ୍ରକୁ ପୁଣିଥରେ ଟାର୍ଗେଟ କରିଛି ବିଜେଡି । ସ୍ୱତନ୍ତ୍ର ରାଜ୍ୟପାହ୍ୟା , କୃଷି ଓ ନିଯୁକ୍ତି କ୍ଷେତ୍ରରେ ରାଜ୍ୟକୁ କେନ୍ଦ୍ର ପ୍ରତାରଣା କରିଛି ବୋଲି ଅଭିଯୋଗ ଆଣିଛି ବିଜେଡି । ନିଯୁକ୍ତ କ୍ଷେତ୍ରରେ ପ୍ରତିଶ୍ରୃତି ରକ୍ଷା କରିପାରିନି ବିଜେପି । ବିଭିନ୍ନ କ୍ଷେତ୍ରରେ ବିଜେପି ପ୍ରତିଶ୍ରୃତି ପ୍ରତାରଣାରେ ପାଲଟିଛି । ବ୍ରାହ୍ମଣୀ ବ୍ରିଜ୍ ପ୍ରତିଶ୍ରୁତି ଗଲା କୁଆଡ଼େ ବୋଲି ସଂଜୟ ଦାସବର୍ମା ପ୍ରଶ୍ନ କରିଛନ୍ତି । ୨୦୧୪ ପ୍ରତିଶ୍ରୁତିକୁ ପାଳନ ନକରି ଆଉଥରେ ପ୍ରତିଶ୍ରୃତି ଦେବା ଲଜ୍ଜାଜନକ । ଇସ୍ତାହାରରେ ସ୍ୱତନ୍ତ୍ର ପାହ୍ୟା କଥା ଲେଖାଥିଲା । କିନ୍ତୁ ଏହା ପାଳନ କରାଯାଇନାହିଁ । ରାଜ୍ୟର ଦାବି ସତ୍ୱେ ଶିଳ୍ପ କରିଡରରେ ଓଡିଶାକୁ ସଂଯୁକ୍ତ କରାଯାଇନି ।
କେନ୍ଦ୍ର ସରକାର ବାରମ୍ବାର ରାଜ୍ୟକୁ ପ୍ରତାରିତ କରିଆସୁଛନ୍ତି । ନିର୍ବାଚନ ପାଖେଇ ଆସିଲେ କେନ୍ଦ୍ର ଓ ରାଜ୍ୟରେ ବିଜେପି ନେତାମାନେ ରାଜ୍ୟବାସୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି । କେବଳ ଭୋଟ୍ ବ୍ୟାଙ୍କ ହାତେଇବା ପାଇଁ ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଅଭିଯୋଗ କରିଛନ୍ତି ।