ବିଜେପି କେନ୍ଦ୍ର ସରକାରଙ୍କୁ SECC ଟାଡା ଦେବାକୁ କୁହୁ- ବିଜେଡି ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର

ଭୁବନେଶ୍ବର : ରାଜ୍ୟ ସରକାର OBCଙ୍କ ସଂରକ୍ଷଣ ଚାହୁଁଛନ୍ତି । ହେଲେ ସୁପ୍ରିମକୋର୍ଟ 50 ପ୍ରତିଶତରୁ ଅଧିକ ସଂରକ୍ଷଣ କରି ପାରିବେନି ବୋଲି ନିଷ୍ପତ୍ତି ନେଇଛନ୍ତି । 2011 SECC ତଥ୍ୟ କେନ୍ଦ୍ର ସରକାର ଦେଉନାହାନ୍ତି । ଆଗ ତାହା ଦିଅନ୍ତୁ । ବଜେପି ବନ୍ଧୁ ମାନେ  ଦୟାକରି ରାଜ୍ୟ ସରକାରଙ୍କ ଏହି ଚିନ୍ତାଧାରାକୁ ସମର୍ଥନ କରନ୍ତୁ । ୨୦୨୧ ଜନଗଣନାରେ SEBC ଚିହ୍ନଟ ପାଇଁ କେନ୍ଦ୍ର ନିକଟରେ ଦାବି ରଖିବାକୁ ରାଜ୍ୟ କ୍ୟାବିନେଟ ପ୍ରସ୍ତାବ ପାରିତ ହେବାକୁ ନେଇ ବିଜେପି ଉଠାଇଥିବା ଅଭିଯୋଗର ଜବାବରେ  ଏମିତି ଢଙ୍ଗରେ ବିଜେପିୁକୁ ଆକ୍ରମଣ  କରିଛନ୍ତି  ସାଂସଦ ଓ ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର । ସେ କହିଛନ୍ତି ରାଜ୍ୟ ସରକାର ସବୁବେଳେ ଓବିସି ମାନଙ୍କ ଉନ୍ନତି ପାଇଁ ଚେଷ୍ଟା କରୁଛନ୍ତି । ସେପଟେ କେନ୍ଦ୍ରେ ଏସଇସିସି ଡାଟା ଦେଉ ନାହାନ୍ତି । ଫଳରେ ସେମାନଙ୍କ ପାଇଁ ଯୋଜନା କରିବାରେ ଅଡୁଆ ହେଉଛି । ବିଜେପି ଏକଥା ବୁଝି ପ୍ରଥମେ କେନ୍ଦ୍ରକୁ ଡାଟା ଦେବାକୁ କୁହନ୍ତୁ । ବିଜେପି ଓବିସିସିଙ୍କ ଉନ୍ନତି ଚାହୁଁଥିଲେ  କେନ୍ଦ୍ର ପାଖରେ ଦାବି ରଖନ୍ତୁ ଜାତି ଭିତ୍ତିକ ଗଣନା ଲାଗି column ରଖିବା ଲାଗି । ଏଥରେ ରାଜନୀତି କେଉଁଠୁ ଆସିଲା ବୋଲି ସସ୍ମିତ ପାଲଟା ପ୍ରଶ୍ନ କରିଛନ୍ତି ।