ଗାନ୍ଧୀ ଜୟନ୍ତୀ ଅବସରରେ ଓଡିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର: ଗାନ୍ଧୀ ଜୟନ୍ତୀ ଅବସରରେ ଓଡିଶା ମୋ ପରିବାର ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ହୋଇଛି ରକ୍ତଦାନ ଶିବିର । ଜନତା ମୈଦାନ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଓଡିଶା ମୋ ପରିବାର ସଦସ୍ୟମାନେ ଶପଥ ପାଠ କରିଥିଲେ । ସମାଜର ଅସହାୟ ଦୁର୍ବଳଙ୍କ ପାଇଁ ସେବାର ହାତ ବଢାଇବାକୁ ଶପଥ ନେଇଥିଲେ । ବିଜେଡି ଉପସଭାପତି ଦେବୀ ମିଶ୍ର ଶପଥ ପାଠ କରାଇଥିଲେ । ଏଥିରେ ଓଡିଶା ମୋ ପରିବାରର ଆବାହକ ଅରୁପ ପଟ୍ଟନାୟକ, ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ର, ପୂର୍ବତନ ବିଧାୟକ ତଥା ମୋ କଲେଜ ଅଭିଯାନରଅଧ୍ୟକ୍ଷ ଆକାଶ ଦାସ ନାୟକ, ଭୁବନେଶ୍ୱର ଉତ୍ତର ବିଧାୟକ ଶୁଶାନ୍ତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ରକ୍ତର ଅଭାବ ଯୋଗୁଁ ଯେଭଳି କାହାର ଜୀବନ ନଯାଏ ସେଥିପାଇଁ ରକ୍ତଦାନ ସଂଗ୍ରହ ଅଭିଯାନକୁ ବ୍ୟାପକ କରିବାକୁ ନିଷ୍ପତ୍ତି ହୋଇଛି ।

 

ଆଜିଠାରୁ ନଭେମ୍ବର ୨ତାରିଖ ସୁଦ୍ଧା ଏକ ମାସ ମଧ୍ୟରେ ୨୦ହଜାର ୟୁନିଟ ରକ୍ତ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି ଓଡିଶା ମୋ ପରିବାର । ଗାନ୍ଧି ଜୟନ୍ତୀରୁ ନଭେମ୍ବର ୨ ତାରିଖ ପଯ୍ୟନ୍ତ ମାସେ କାଳ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ହାତକୁ ନେଇଛି ଦଳ ।

bjd odisha mo parivar organised blood donation camp at bhubaneswar in Bhubaneswar