ସମଦୂରତା ଫଣ୍ଡା : ଅନାସ୍ଥାରେ ଭାଗନନେଇ କକ୍ଷ ତ୍ୟାଗ କଲା ବିଜେଡି

ନୂଆଦିଲ୍ଲୀ : ଲୋକସଭାରେ ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବରେ ଭାଗ ନେଲାନି ବିଜେଡି । ସମୟ କମ କଥା କହି ଓ ରାଜ୍ୟକୁ କିଛି ଲାଭ ମିଳିବନି ବୋଲି କହି ସଂସଦରେ ଆଲୋଚନା ଆରମ୍ଭରୁ କକ୍ଷତ୍ୟାଗ କରିଛି ବିଜେଡି । ଏନେଇ ଗୃହରେ ସାଂସଦ ଭର୍ତ୍ତୃହରି ମହତାବ ସୂଚନା ଦେବାପରେ ବିଜେଡି ସାଂସଦ ମାନେ କକ୍ଷ ତ୍ୟାଗ କରିଥିଲେ । ଭଭୟ ୟୁପିଏ ଓ ଏନଡିଏ ସରକାର ସମୟରେ ଓଡିଶା ଅବହେଳାର ଶୀକାର ହୋଇଛି । ତେଣୁ ଏ ଆଲୋଚନାରୁ କିଛି ଲାଭ ମିଳିବ ନାହିଁ ବୋଲି ଗୃହରେ କହିଥିଲେ ବତୃହରୀ ମହତାବ । ମୋଦି ସରକାରଙ୍କ ବିରୋଧରେ ଏହା ପ୍ରଥମ ଅନାସ୍ଥା ପ୍ରସ୍ତାବ। ସନ୍ଧ୍ୟା ୬ଟାରେ ମତଦାନ ହେବାକୁ ନିଷ୍ପତ୍ତି ହୋଇଛି। ଅନାସ୍ଥା ନେଇ ବିଭିନ୍ନ ଦଳ ପକ୍ଷରୁ ହ୍ୱିପ୍‌ ଜାରି କରାଯାଇଥିଲା। ସବୁବେଳେ ଉପା ଓ ଏନଡିଏ ଠାରୁ ସମଦୂରତା କଥା କହି ଚର୍ଚ୍ଚାକୁ ଆସିଥିଲା ବିଜେଡି  । ଏପରିକି ଦଳର ସମସ୍ତ ସାଂସଦ ଗୃହରେ ଉପସ୍ଥିତ ରହିବା ପାଇଁ ହ୍ବିପ ଜାରି କରିଥିଲା  । ତେବେ ଗୃହରେ ଯେପରି ଭାବେ ସଂସଦୀୟ ଦଳ ନେତା ନିଜର ମତ ରଖି କକ୍ଷତ୍ୟାଗ କଲେ ଏହା ଏବେ ରାଜ୍ୟପାଇଁ ଚର୍ଚ୍ଚାର ବିଷୟ ପାଲଟିଛି  ।