କୋଠା ସିଲ୍ ନିଷ୍ପତ୍ତି ପ୍ରଶାସନର: ବିଜେଡି

ଭୁବନେଶ୍ୱର: କୌଣସି କୋଠାକୁ ସିଲ୍‍ କରିବା ହେଉଛି ସମ୍ପୂର୍ଣ୍ଣ ପ୍ରଶାସନିକ ନିଷ୍ପତ୍ତି ଏବଂ ଏ ସଂକ୍ରାନ୍ତରେ ବିଜେଡି କୌଣସି ମତାମତ ଦେବାକୁ ଚାହେଁ ନାହିଁ । ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଏହା କହିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେଓ ।

ଶ୍ରୀମତୀ ଦେଓ କହିଛନ୍ତି ଯେ, ସାଧାରଣ ଲୋକଙ୍କ ଧନ ଜୀବନର ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଅତୀତରେ ସମଗ୍ର ରାଜ୍ୟରେ ଅନେକ କୋଠା, ହୋଟେଲ ଆଦିକୁ ସିଲ୍‍ କରାଯାଇଛି । ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଆଗାମୀ ଦିନରେ ଆବଶ୍ୟକ ପଡିଲେ ମଧ୍ୟ ଏଭଳି ସିଲ୍‍ କରାଯିବ । ତେଣୁ ଏହା ଉପରେ ମତ ଦେବା ଆଦø ସମୀଚିନ ନୁହେଁ । ବିଜେପି, ବିଜେଡି, କଂଗ୍ରେସ କିମ୍ବା ଅନ୍ୟ କୌଣସି ରାଜନେତୌ ିକ ଦଳକୁ ଦେଖି କରୋନା ସଂକ୍ରମିତ କରେ ନାହିଁ । ଏହା ହେଉଛି ମାନବିକତା ଏବଂ ଆମେ ସମସ୍ତେ କୋଭିଡ ନିୟମ ମାନି ଏହି ମହାମାରୀ ବିରଦ୍ଧୁ ରେ ଏକଜୁଟ
ହୋଇ ଲଢେଇ କରିବାର ଅଛି ବୋଲି ଶ୍ରୀମତୀ ଦେଓ କହିଛନ୍ତି ।