ବିଜୁ ଜନତା ଦଳ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳନ ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ

ଭୁବନେଶ୍ୱର: ବିଜୁ ଜନତା ଦଳର ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ସୁଶାନ୍ତ କୁମାର ରାଉତଙ୍କ ନେତୃତ୍ୱରେ ରାଜ୍ୟ ବିଜୁ ଜନତାଦଳ କାର୍ଯ୍ୟାଳୟରେ ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି ।

bjd news

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ କାର୍ଯ୍ୟାଳୟରୁ ଜନ ସଚେତନତା ଅଭିଯାନ ଓ ମାସ୍କ ବଂଟନ ଓ ସାମାଜିକ ଦୂରତା ରକ୍ଷା କରିବା ପାଇଁ ସମସ୍ତେ ଶପଥ ନେବା ସହିତ ପ୍ରତ୍ୟେକ ୱାର୍ଡ ଓ ପ୍ରତ୍ୟେକ ପଂଚାୟତରେ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଅତିଥିମାନେ ବାର୍ତା ଦେଇଥିଲେ ।

bjd news

ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା, ରାଜ୍ୟ ବିଜୁ ଜନତା ଦଳ ସାଂଗଠନିକ ସଂପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ, ବିଧାୟକ ଶ୍ରୀଯୁକ୍ତ ପ୍ରଣବ ବଳବନ୍ତରାୟ, ଯୁବ ସଭାପତି ଡକ୍ଟର ବ୍ୟୋମକେଶ ରାୟ, ଛାତ୍ର ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ, ଶ୍ରୀ ଅମରେଶ ପତ୍ରୀ, ଶ୍ରୀଯୁକ୍ତ ଅରୂପ ପଟ୍ଟନାୟକ, ବିଂରଚି ମହାସୂପକାର, ଲିଟୁ ମହାପାତ୍ର, ଦୁର୍ଗା ସାମନ୍ତରାୟ, କୁନ ବିହାରୀ ଦାସ, ଲୋପାମୁଦ୍ରା ବସ୍କିପାତ୍ର, କସ୍ତୁରୀ ମହାପାତ୍ର, ସୁଲତା ଦେଓ, ଏଲିନା ଦାସ, ଇପସିତା ଦାସ, ଯୁବସଭାପତି ଭୁବନେଶ୍ୱର ସମରେଶ ବେଉରା, ଛାତ୍ର ସଭାପତି ସୁବାଷ ସାହୁଙ୍କ ସମେତ ମହାତ୍ମା ଗାନ୍ଧୀଙ୍କୁ ଭଲ ପାଉଥିବା ବରିଷ୍ଠ ମୁରବୀ ଓ ମହିଳାମାନେ ଗାନ୍ଧୀଜୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

bjd news

ଏକାମ୍ର ନିର୍ବାଚନ ମଣ୍ଡଳୀର ଝରଣା ବସ୍ତୀ, ମଧ୍ୟମ ନିର୍ବାଚନ ମଣ୍ଡଳୀର, ତମସାହି ବସ୍ତୀ ଓ ଉତର ନିର୍ବାଚନ ମଣ୍ଡଳୀର ଗାନ୍ଧୀବସ୍ତୀଠାରେ ଅତିଥିମାନେ ମାସ୍କ ବଂଟନ କରିଥିଲେ ।