କଳ୍ପତରୁ ଓଝାଙ୍କୁ ବହିଷ୍କୃତ କଲେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସୋମବାର ଜଣେ ବିଜେଡି ନେତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି । ସେ ହେଉଛନ୍ତି କଳ୍ପତରୁ ଓଝା । ଦଳ ବିରୋଧୀ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି ।

ପ୍ରକାଶ ଯେ, ନିକଟରେ ବିଜେଡି ପକ୍ଷରୁ ବିଜୁ ଯୁବ ଜନତା ଦଳରେ କାର୍ଯ୍ୟକର୍ତ୍ତା ଚୟନ କରାଯାଇଥିଲା । ଯାହାକୁ ନେଇ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଏହାକୁ ନେଇ ସାଧାରଣ ସମ୍ପାଦକ ପଦରୁ କଳ୍ପତରୁ ଓଝା ଇସ୍ତଫା ଦେଇଥିଲେ । ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗ କରି ସେ ଆଜି ଇସ୍ତଫା ଦେଇଥିଲେ । ୧୬ ବର୍ଷ ଧରି ଦଳ ପାଇଁ କାମ କରିବା ସତ୍ତ୍ୱେ ଅଣଦେଖା କରାଯାଇଛି । ଅନଭିଜ୍ଞ ପିଲାଙ୍କୁ ଦାୟିତ୍ୱ ଦିଆଯାଇଥିବା କହି ଶ୍ରୀ ଓଝା ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଥିଲେ ।

ତେବେ ଶ୍ରୀ ଓଝା ଇସ୍ତଫା ଦେଉ ଦେଉ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି ।