ପୂର୍ବତନ ସାଂସଦ ନରେନ୍ଦ୍ର ସ୍ୱାଇଁଙ୍କ ବିୟୋଗରେ ବିଜେଡିର ନୀରବ ପ୍ରାର୍ଥନା ଓ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର:  ଆଜି ବରିଷ୍ଠ ବିଜେଡ଼ି ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ୱାଇଁ ଚିକିତ୍ସାଧୀନ ଅବସ୍ଥାରେ ୮୨ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି । ସେ ଜଣେ କର୍ତ୍ତବ୍ୟନିଷ୍ଠ କର୍ମୀ ଓ ଉତ୍ତମ ସଂଗଠକ ଥିଲେ ଏବଂ ବିଜୁ ଜନତା ଦଳକୁ ତୃଣମୂଳ ସ୍ତରରେ ମଜବୁତ କରିବାରେ ତାଙ୍କ ଅବଦାନ ଅବିସ୍ମରଣୀୟ । ଆଜି ସଂନ୍ଧ୍ୟାରେ ତାଙ୍କ ସ୍ମୃତିରେ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ୧ ମିନିଟର ନିରବ ପ୍ରାର୍ଥନା କରାଯିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା । ଏହି ଅବସରରେ ବିଜୁ ଜନତା ଦଳ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଜୁ ଜନତା ଦଳ ସାଧାରଣ ସମ୍ପାଦକ (କାର୍ଯ୍ୟାଳୟ ) ସଞ୍ଜୟ ଦାସବର୍ମା, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ଏକାମ୍ର ବିଧାୟକ ଅଶୋକଚନ୍ଦ୍ର ପଣ୍ଡା, ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାପତି ରାଣାପ୍ରତାପ ପାତ୍ର, ବିଜୁ ଯୁବ ଜନତା ଦଳ ରାଜ୍ୟ ସଭାପତି ଅମରେଶ ପତ୍ରୀ, ରାଜ୍ୟ ଯୁବ କଲ୍ୟାଣ ବୋର୍ଡ଼ ଉପଦେଷ୍ଟା ବିଜୟ ନାୟକ,ମହିଳା ଜନତା ଦଳର ସାଧାରଣ ସମ୍ପାଦକ ସୁଲତା ଦେଓ, ମହିଳା କମିଶନର ମିନତୀ ବେହେରା, ଭିନ୍ନକ୍ଷମ କମିଶନର ସୁଲୋଚନା ଦାସ,ଏଲିନା ଦାସ,ଭାରତୀ ସିଂ ଆଦି ପ୍ରମୁଖ ଉପସ୍ଥିତ ରହି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ ।