ଭୁବନେଶ୍ବର : ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ରଜନୀକାନ୍ତ ସିଂହଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଉପ ବାଚସ୍ପତି ପ୍ରାର୍ଥୀ କରାଯାଇଛି। ଦଳପକ୍ଷରୁ ଏ ନେଇ ଘୋଷଣା କରାଯାଇଛି। ସେହିପରି ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଉପ ମୁଖ୍ୟ ସଚେତକ ଭାବେ ନିଯୁକ୍ତି ଦିଆଯାଇଛି।
ବିଜୁ ଜନତା ଦଳ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।