ଗଞ୍ଜାମ ରେ ସବୁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର,କୋଭିଡକୁ ନେଇ ରାଜନୀତି ନ କରୁ ବିଜେପି

ଭୁବନେଶ୍ୱର: ବିଜେପି ଆରୋପ ର ଜବାବ ରଖିଲା ବିଜେଡି । କବିସୂର୍ଯ୍ୟ ନଗର ବିଧାୟିକା ଲାତିକା ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି । ସେ  କହିଛନ୍ତି ଗଂଜାମ ଲାଗି ଅନେକ ପଦକ୍ଷେପ ନିଆଯାଇଛି । ଗଞ୍ଜାମ କୁ ସବୁଠୁ ଅଧିକ ଓଡ଼ିଆ ପ୍ରବାସି ଆସିଥିଲେ । ସଂକ୍ରମ ଯେଉଁ ଭାବେ ବଢିଥିଲା ଏବେ କାମୁଛି। ଲୋକମାନଙ୍କ ର ଟିକେ ଅସାଵଧନତା ପରିସ୍ଥିତି କୁ ବିଗାଡି ଦେଇଥିଲା । ଆମର ଅହ ରହ ଚେଷ୍ଠା ଚାଲିଛି । ଏବେ ଚିକିତ୍ସା ଠାରୁ ଆରମ୍ଭ କରି ସବୁ କ୍ଷେତ୍ରରେ କାମ ହେଉଛି । ଶୀତଳ ପଲ୍ଲୀ କୋଭିଡ ହସ୍ପିଟାଲ ଥିଲା । ଏବେ ସବୁ ବ୍ଲକ ଓ ସବୁ ଏନଏସି ରେ କୋଭିଡ କେୟାର ସେଣ୍ଟର ଓ କୋଭିଡ ହୋମ କରାଯାଇଛି । ଜୀବନ ରକ୍ଷା କରିବା ଔଷଧ ଓ ଅକ୍ସଇଜେନ ବ୍ୟବସ୍ଥା ହୋଇଛି । ପ୍ଲାଜ଼ମା ଥେରାପି ଆରମ୍ଭ କରାଜିଛି । ଆହୁରି ୧୫୦ ବେଡ଼ ର କୋଭିଡ଼ ହସ୍ପିଟାଲ ହେଉଛି । ଏବେ ରାଜନୀତି କରିବାର ସମୟ ନୁହେଁ । କେବଳ ସରକର କି ସାଂସଦ ଓ ବିଧାୟକଙ୍କ କାମ ନୁହେଁ । ସମସ୍ତେ ମିଶି କୋରୋନା ବିରୋଧରେ ଲଢ଼ିବା କଥା । ଏହାକୁ ନେଇ ରାଜନୀତି ନ ହେଉ ।