ଭୁବନେଶ୍ୱର: ଓଡିଶା ସରକାର ଓ ବିଜେଡି ସଂକ୍ରାନ୍ତରେ କଂଗ୍ରେସର ବରିଷ୍ଠ ନେତା ଦିଗ୍ବିଜୟ ସିଂହ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ମନ୍ତବ୍ୟ ଉପରେ ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ।
ଡକ୍ଟର ପାତ୍ର କହିଛନ୍ତି ଯେ କଂଗ୍ରେସର ଏହି ନେତା ତାଙ୍କର ହାଲୁକା ଓ ବିବାଦୀୟ ମନ୍ତବ୍ୟ ପାଇଁ ସମଗ୍ର ଦେଶରେ ବେଶ୍ ଜଣାଶୁଣା । ତାଙ୍କରି ଏଭଳି ମନ୍ତବ୍ୟ ପାଇଁ ଖୋଦ୍ କଂଗ୍ରେସ ଦଳ ବାରମ୍ବାର ଲୋକହସା ହୋଇଥିବାର ନଜିର ଅଛି । ତେଣୁ ସେ ଆଜି ଯେଉଁ ବୟାନ ଦେଇଛନ୍ତି ତାହାର ଆଦୌ ଗୁରୁତ୍ୱ ନାହିଁ କିମ୍ବା ତାହାକୁ ବିଜୁ ଜନତା ଦଳ ଆଦୌ ଗୁରୁତ୍ୱର ସହ ନେଇନାହିଁ ବୋଲି ଡକ୍ଟର ପାତ୍ର ସ୍ପଷ୍ଟ କରିଛନ୍ତି ।