ପ୍ରଫୁଲ ଘଡ଼ାଇଙ୍କୁ ନୂଆ ଦାୟିତ୍ୱ: ତିନି ବିଧାନସଭା ଆସନ ପାଇଁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପ୍ରଫୁଲ ଘଡ଼ାଇଙ୍କୁ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ନୂଆ ଦେଇଛନ୍ତି। ତିନି ବିଧାନସଭା ପାଇଁ ଆସନ ପାଇଁ ତାଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିବା ସହ ଖୋର୍ଦ୍ଧା, ରଣପୁର ଓ ଚିଲିକା ନିର୍ବାଚନ ମଣ୍ଡଳୀ ପାଇଁ ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି।
ସେହିଭଳି ହିନ୍ଦୋଳ ପାଇଁ ରବି ନାରାୟଣ ନନ୍ଦଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ନିରଞ୍ଜନ ପୂଜାରୀ ଓ ଅର୍କେଶ ସିଂହଦେଓଙ୍କୁ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସହ ପର୍ଯ୍ୟବେକ୍ଷକ ଭାବେ ଦଳ ଦାୟିତ୍ୱ ଦେଇଛି। ସୁଶାନ୍ତ ସିଂହଙ୍କୁ କୁଚିଣ୍ଡା ପର୍ଯ୍ୟବେକ୍ଷକ , ସିଦେ୍ଧଶ୍ୱର ପ୍ରସାଦ ମିଶ୍ରଙ୍କୁ ଢେଙ୍କାନାଳ ସହ ପର୍ଯ୍ୟବେକ୍ଷକ, ଜୁଗଳ ନାୟକଙ୍କୁ କଟକ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ସହ ପର୍ଯ୍ୟବେକ୍ଷକ ଭାବେ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିଛନ୍ତି। ସେହିଭଳି ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ ଏବଂ ପ୍ରକାଶ ଦାସଙ୍କୁ ରାଜ୍ୟ ସାଧାରଣ ସଂପାଦକର ଦାୟିତ୍ୱ ଓ ମନୋଜ ନାୟକଙ୍କୁ କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସହ ପର୍ଯ୍ୟବେକ୍ଷକ ଭାବେ ବିଜେଡ଼ି ସୁପ୍ରିମୋ ନିଯୁକ୍ତ କରିଛନ୍ତି।