ଯାଜପୁରକୁ ସ୍ୱଚ୍ଛ ସହର କରିବା ପାଇଁ ସଂକଳ୍ପ କରାଇଲେ ପ୍ରଣବ

ବିଜେଡିର ପ୍ରତିଷ୍ଠା ଦିବସ

ଯାଜପୁର: ଯାଜପୁର ଜିଲ୍ଲାକୁ ଏକ ସ୍ୱଚ୍ଛ ସହର ଭାବେ ପରିଣତ କରାଇବାର ସ୍ୱପ୍ନ ଦେଖିଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବିବି) । ତେବେ ଏହି ସ୍ୱପ୍ନକୁ ପୂରଣ କରିବା ପାଇଁ ସେ ନିଜ ପକ୍ଷରୁ ମଧ୍ୟ ଚେଷ୍ଟା ଜାରି ରଖିଛନ୍ତି । ଏଥିପାଇଁ ଯାଜପୁରକୁ ନୂଆ ରୂପ ରେଖ ଦେବା ପାଇଁ କାହାକୁ ଖାତିର ନ କରି ସେ ନିଜେ ହାତରେ ଝାଡୁ, କୋଦାଳ ଧରି ଅଳିଆ ଆବର୍ଜନା ସଫା କରିବାରେ ଲାଗି ପଡିଛନ୍ତି ।

ଶୀତୁଆ ସକାଳେ ଯେତେବେଳେ ବହୁ ଲୋକ ବିଛଣାରେ ଶୋଇରହୁଛନ୍ତି ସେତେବେଳେ ବିଧାୟକ ହାତରେ ଛାଡ଼ୁ ଧରି ଜଣେ ସାଧାରଣ ସଫେଇ କର୍ମଚାରୀ ପରି ରାସ୍ତାଘାଟରୁ ଅଳିଆ ଆର୍ବଜନା ସଫା କରି ଯାଜପୁର ସହରର ପରିମଳ ବ୍ୟବସ୍ଥାକୁ ସୁଧାରୁଛନ୍ତି । ଯେହେତୁ ବିଧାୟକ ନିଜେ ସଫେଇ କାମ କରୁଛନ୍ତି ଏଥିରେ ଅନୁପ୍ରାଣିତ ହୋଇ ବହ ୁଯୁବଗୋଷ୍ଠୀ ମଧ୍ୟ ଏହି ଅଭିଯାନରେ ସାମିଲ ହେଉଛନ୍ତି । ଭୋର ୫ଟାରୁ ଯୁବଗୋଷ୍ଠୀ ବିଧାୟକଙ୍କ ସହ ଏକାଠି ହୋଇ ସହରକୁ ସ୍ୱଚ୍ଛ ରଖିବା ପାଇଁ ସଫେଇ କାମରେ ଲାଗିପଡ଼ିଛନ୍ତି ।
ବିଜେଡ଼ିର ୨୩ତମ ପ୍ରତିଷ୍ଠା ଦିବସ ଅବସରରେ ଅବସରରେ ମୋ ସହରର ପରିମଳ ମୋ ହାତରେ ନାରା ଦେଇ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) ଜିଲ୍ଲାପାଳ କାର‌୍ୟ୍ୟାଳୟରୁ ସଫେଇ ଅଭିଯାନ ଆରମ୍ଭ କରିଥିଲେ । ବିଧାୟକଙ୍କ ସହ ଏହି ସଫେଇ ଅଭିଯାନରେ ସ୍ଥାନୀୟ ଯୁବକମାନେ ମଧ୍ୟ ସାମିଲ ହୋଇଥିଲେ । ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଂଚମ ପାଳିରେ ଯେଉଁ ଆହ୍ୱାନ ଦେଇଥିଲେ ତାହାକୁ ଅକ୍ଷର ଅକ୍ଷରେ ତାଙ୍କର ଅତି ବିଶ୍ୱସ୍ତ ଓ ପ୍ରିୟ ବିଧାୟକ ପ୍ରଣବ ପାଳନ କରିବା ସହ ବିଜେଡ଼ିର ଯୁବ କର୍ମୀମାନଙ୍କୁ ମଧ୍ୟ ଏହି ନୀତିରେ ପକାଉଛନ୍ତି । ବିଳାସପୂର୍ଣ୍ଣ ଜୀବନଯାପନ ଛାଡ଼ି ନମ୍ର ଓ ସରଳ ଜୀବନଯାପନ କଟାଇ ଲୋକଙ୍କୁ ସେବା ଯୋଗାଇ ଦେବାକୁ ଯୁବଗୋଷ୍ଠୀଙ୍କୁ ପରାମର୍ଶ ଦେଇଛନ୍ତି ସେ ।

ଜଣେ ଯୁବ ବିଧାୟକଭାବେ ପ୍ରଣବ କେତେବେଳେ ଗାଁରେ ରାତି କଟାଇ ଗାଁ ପରିମଳ ବ୍ୟବସ୍ଥା ସୁଧାର ଆଣୁଛନ୍ତି ଆଉ କେତେବେଳେ ସହରରେ । ଲକ୍ଷ ରହିଛନ୍ତି ନିଜ ନିର୍ବାଚନୀ ମଣ୍ଡଳୀକୁ ସଂପୂର୍ଣ୍ଣ ସ୍ୱଚ୍ଛ କରିବା ପାଇଁ । ବିଧାୟକଙ୍କ ଏପରି ସ୍ୱପ୍ନକୁ ପୂରଣ କରିବା ପାଇଁ ଯୁବଗୋଷ୍ଠୀ ଏବେ ଲାଗିପଡ଼ିଛନ୍ତି । ତୃତୀୟଥର ପାଇଁ ଯାଜପୁରବାସୀଙ୍କ ଆର୍ଶୀବାଦରୁ ବିଧାୟକ ହେବା ପରେ ପ୍ରଣବ ନିଜ ନିର୍ବାଚନୀ ମଣ୍ଡଳୀର ପ୍ରତ୍ୟେକ ଘରୁ ଜଣେ ଜଣେ ସମାଜସେବକ ସୃଷ୍ଟି କରିବାକୁ ଲକ୍ଷ ରଖିଥିଲେ । ଯାହା ଏବେ ବାସ୍ତବ ରୂପ ନେଇସାରିଛି ତାହା ଏହି ସଫେଇ ଅଭିଯାନକୁ ଦେଖିଲେ ସ୍ପଷ୍ଟ ଜଣାପଡ଼ୁଛି । ଯେଉଁ ଯୁବଗୋଷ୍ଠୀମାନେ ଦିନ ୧୦ଟା ପର‌୍ୟ୍ୟନ୍ତ ଶୋଇ ରହୁଥିଲେ ଆଜି ସେହି ଯୁବଗୋଷ୍ଠୀମାନେ ନିଜ ସହରକୁ ପରିଷ୍କାର ପରିଚ୍ଛନ କରିବା ପାଇଁ ହାତରେ ଝାଡ଼ୁ ଓ କୋଦାଳ ଧରି ସକାଳୁ ସକାଳୁ ସଫେଇ କାମରେ ଲାଗି ପଡ଼ିଛନ୍ତି । ନିଜ ସହର ଓ ନିଜ ଗାଁର ଦାୟିତ୍ୱ ମୋ ନିଜ ହାତରେ ବାର୍ତ୍ତା ଘରେ ଘରେ ପହଞ୍ଚାଇବାରେ ବିଧାୟକ ପ୍ରଣବ ପ୍ରକାଶ ଦାସ ସଫଳ ହୋଇଛନ୍ତି ତାହା ଏବେ ଲୋକେ କୁହାକୁହିଁ ହେଲେଣୀ । ବିଜେଡ଼ର ୨୩ ତମ ପ୍ରତିଷ୍ଠା ଦିବସରେ ଯୁବ ଓ ଛାତ୍ର ବିଜେଡ଼ିର ଏହି ସଫେଇ ଅଭିଯାନରେ ସାମିଲ ହୋଇ ବିଧାୟକ ସଭିଁଙ୍କୁ ଉତ୍ସାହୀତ କରିଥିଲେ ।