ମହିଳା ହିଂସାକୁ ନେଇ ବିଜେପି ରାଜନୀତି ନକରୁ : ବିଜେଡି

ଭୁବନେଶ୍ୱର: ମହିଳାଙ୍କ ବିରୁଦ୍ଧରେ ହେଉଥିବା ହିଂସା ଏକ ସ୍ପର୍ଶକାତର ଘଟଣା । କେବଳ ଓଡିଶାରେ ଏଭଳି ଘଟୁନାହିଁ, ଏହା ଏବେ ଜାତୀୟ ସମସ୍ୟା ଭାବେ ଉଭା ହୋଇଛି । ତେଣୁ ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ବିଜେପି ରାଜନୀତି ନକରିବାପାଇଁ ପରାମର୍ଶ ଦେଇଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ ମହିଳା ଦୁଷ୍କର୍ମକାରୀଙ୍କ ବିରୁଦ୍ଧରେ ଓଡିଶା ସରକାର କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ପୀଡିତାମାନଙ୍କୁ ନ୍ୟାୟ
ଦେବାପାଇଁ ସବୁମତେ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେଣୁ ଏଭଳି ଘଟଣାକୁ ନେଇ ରାଜନୀତି କରିବା ବଦଳରେ ସମସ୍ତେ
ଏକାଠି ହୋଇ ଏହି ସାମାଜିକ ବ୍ୟାଧି ବିରୁଦ୍ଧରେ ଲଢେଇ କରିବା ଉଚିତ୍‍ । ଏହା ନକରି ବିଜେପି ଯେଭଳି ସମ୍ବେଦନଶୀଳ
ଘଟଣାକୁ ନେଇ ରାଜନୀତି କରୁଛି ତାହା ଅତ୍ୟନ୍ତ ଘୃଣ୍ୟ, ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।