ବିଜେଡିରେ ନୂଆ ନିଯୁକ୍ତି : ୩୦ ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଲେ ନବୀନ

୬ ବରିଷ୍ଠ ନେତାଙ୍କୁ ମିଳିଲା ସିନିୟର ପର୍ଯ୍ୟବେକ୍ଷକଙ୍କୁ ଦାୟୀତ୍ୱ

ଭୁବନେଶ୍ୱର : ବିଜେଡି ସଙ୍ଗଠନକୁ ଆହୁରି ମଜଭୁତ କରିବା ଲାଗି ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦ ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକ ମାନଙ୍କୁ ନିଯୁକ୍ତି ଦେଇଛନ୍ତି । ଏଥି ସହିତ ଦଳର ୬ ଜଣ ବରିଷ୍ଠ ନେତାଙ୍କୁ ସିନିୟର ପଯ୍ୟବେକ୍ଷକ ଭାବେ ଦାୟୀତ୍ୱ ଦେଇଛନ୍ତି ନବୀନ । ସିନିୟର ପଯ୍ୟବେକ୍ଷକ ମାନଙ୍କୁ ଭିତରେ ୩୦ ଟି ଜିଲ୍ଲାକୁ ଭାଗ କରି ଦାୟୀତ୍ୱ ବଣ୍ଟା ଯାଇଛି । ଏମାନେ ଜିଲ୍ଲା ପଯ୍ୟବେକ୍ଷକ ମାନଙ୍କ ଭିତରେ ସମନ୍ୱୟ ରକ୍ଷା କରି ଦଳୀୟ ସଙ୍ଗଠନକୁ ।ଗକୁ ବଢାଇବେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନୂଆ ନିଯୁକ୍ତି ସଂପର୍କୀତ ତାଲିକାକୁ ଦଳର ସାଧାରଣ ସମ୍ପାଦକ ( ଗଣମାଧ୍ୟମ) ମାନସ ମଙ୍ଗରାଜ ପ୍ରକାଶ କରିଛନ୍ତି ।

ଜିଲ୍ଲା ପର୍ଯ୍ୟବେକ୍ଷକ :

ଅନୁଗୁଳ- ପ୍ରଶାନ୍ତ ମୁଦୁଲି, ବାଲେଶ୍ୱର- ପ୍ରତାପ କେଶରୀ ଦେବ, ବରଗଡ଼ – ସୁଧିର କୁମାର ସାମଲ, ଭଦ୍ରକ- ପ୍ରଣବ ବଳବନ୍ତରାୟ, ବଲାଙ୍ଗୀର- ସୁଶାନ୍ତ ସିଂହ, ବୌଦ୍ଧ-ସୌଭାଗ୍ୟ ନାୟକ, କଟକ-ଉଷା ଦେବୀ, ଦେବଗଡ଼ ସୁଶାନ୍ତ ସିଂହ, ଢେଙ୍କାନାଳ-ବିଜୟ ନାୟକ, ଗଜପତି ଅତନୁ ସବ୍ୟସାଚୀ ନାୟକ, ଗଞ୍ଜାମ-ପ୍ରଫୁଲ୍ଲ ମଲ୍ଲିକ, ଜଗତସିଂହପୁର-ସମୀର ରଞ୍ଜନ ଦାସ, ଯାଜପୁର-ଅଶୋକ ଚନ୍ଦ୍ର ପଣ୍ଡା, ଝାରସୁଗୁଡ଼ା ସୁବାସ ସିଂହ, କଳାହାଣ୍ଡି ନବ କିଶୋର ଦାସ, କନ୍ଧମାଳ-ପ୍ରତାପ ଜେନା, କେନ୍ଦ୍ରାପଡ଼ା- ଦେବାଶିଷ ସାମନ୍ତରାୟ, କେନ୍ଦୁଝର-ପ୍ରଣବ ପ୍ରକାଶ ଦାସ, ଖୋର୍ଦ୍ଧା-ପ୍ରମିଳା ମଲ୍ଳିକ, କୋରାପୁଟ-ଚନ୍ଦ୍ର ସାରଥି ବେହେରା, ମୟୂରଭଞ୍ଜ ପ୍ରଣବ ପ୍ରକାଶ ଦାସ, ନବରଙ୍ଗପୁର-ତୁଷାରକାନ୍ତି ବେହେରା, ନୟାଗଡ଼-ପଦ୍ମନାଭ ବେହେରା, ନୂଆପଡ଼ା-ଦିବ୍ୟଶଙ୍କର ମିଶ୍ର, ପୁରୀ-ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ରାୟଗଡ଼ା-ଅତନୁ ସବ୍ୟସାଚୀ ନାୟକ, ସମ୍ୱଲପୁର-ନଳନୀକାନ୍ତ ପ୍ରଧାନ, ସୁବର୍ଣ୍ଣପୁର-ପ୍ରଦୀପ କୁମାର ଅମାତ, ସୁନ୍ଦରଗଡ଼ ପାଇଁ ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି ।

ସିନିୟର ପଯ୍ୟବେକ୍ଷକ :

ବିକ୍ରମ କେଶରୀ ଆରୁଖଙ୍କୁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତି ଦେଇଛି ବିଜେଡି । ଦେବୀ ପ୍ରସାଦ ମିଶ୍ରଙ୍କୁ ଗଞ୍ଜାମ, ନୟାଗଡ଼, କନ୍ଧମାଳ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ସିନିୟର ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଛି ।

ସେହିପରି ନିରଞ୍ଜନ ପୂଜାରୀଙ୍କୁ ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର ଓ ବରଗଡ଼ ଜିଲ୍ଲା ପାଇଁ ନିଯୁକ୍ତି ଦେଇଛି ଦଳ । ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ୱଲପୁର, ସୋନପୁର, ଦେବଗଡ଼, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ସିନିୟର ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଥିବା ବେଳେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ କଟକ, ଜଗତସିଂପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତି ମିଳିଛି । ମହେଶ୍ୱର ମହାନ୍ତିଙ୍କୁ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ସିନିୟର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛି ବିଜେଡି ।

bjd new dist observer appointment