ଆବଶ୍ୟକ ଅନୁସାରେ ସାର ଯୋଗାଣ ଦାବି କରି କେନ୍ଦ୍ର କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ

ଭୁବନେଶ୍ୱର : ରାଜ୍ୟରେ ସାରର ଅଭବ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ମନ୍ତ୍ରୀଙ୍କୁ ଭେଟିଛନ୍ତି ବିଜେଡି ସଂସଦୀୟ ଦଳ । ଆଜି ବିଜେଡି ସାଂସଦ ମାନେ ରାଜ୍ୟକୁ ଆବଶ୍ୟକ ପରିମାଣରେ ୟୁରିଆ, ଡିଏପି ଓ ଏମଓପି ସାର କୋଟା ଠିକରେ ଯୋଗାଇବା ଏବଂ ରାଜ୍ୟର ବାକିଥିବା ପୂର୍ବ କୋଟା ସାର ଦେବାକୁ କେନ୍ଦ୍ର ନିକଟରେ ଦାବି କରିଛନ୍ତି । ଏନେଇ ସାଂସଦମାନେ ଦିଲ୍ଲୀରେ ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କୁ ଭେଟି ସ୍ମାରକ ପତ୍ର ଦେଇଛନ୍ତି । ସାଂସଦ ଭତ୍ତୃହରୀ ମହତାବ, ଅମର ପଟ୍ଟନାୟକ, ଏନ ଭାସ୍କର ରାଓ, ଡକ୍ଟର ସସ୍ମିତ ପାତ୍ର, ପ୍ରଶାନ୍ତ ନନ୍ଦ, ସୁବାସ ସିଂହ, ସୁଜିତ କୁମାର, ମୁନା ଖାଁ, ସର୍ମିଷ୍ଠା ସେଠୀ, ଚନ୍ଦ୍ରାଣୀ ମୁର୍ମୁ ପ୍ରମ୍ମୁଖ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଛନ୍ତି ।

BJD MPs meet Union Minister Mansukh Mandaviya demanding supply of fertilizers
ରାଜ୍ୟକୁ ଆବଶ୍ୟକପରିମାଣର ସାର ମିଳୁ ନଥିବାରୁ ଖରିଫ ଚାଷ ବାଧପ୍ରାପ୍ତ ହେଉଛି ଓ ଅମଳ ପ୍ରଭାବିତ ହେବା ଆଶଙ୍କା କରି ଆବଶ୍ୟକତା ଅନୁସାରେ ସାର ଯୋଗାଇବାକୁ କେନ୍ଦ୍ର ପାଖରେ ବାରମ୍ବାର ଦାବି କରିଆସୁଛି ଓଡିଶା ।

BJD MPs meet Union Minister Mansukh Mandaviya demanding supply of fertilizers