ସଂସଦରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ୮ଟି ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ଜବାବ ମାଗିଲେ ବିଜେଡ଼ି ସାଂସଦ ଡକ୍ଟର ସସ୍ମିତ ପାତ୍ର

ନୂଆଦିଲ୍ଲୀ : ସଂସଦରେ ପୁଣି ଓଡିଶାର ସ୍ୱର ଉଠାଇଲେ ବିଜେଡ଼ି ସାଂସଦ ଡକ୍ଟର ସସ୍ମିତ ପାତ୍ର । ରାଜ୍ୟସଭାରେ ଆଜି ସସ୍ମିତ ରାଜ୍ୟ ସ୍ୱାର୍ଥ ସମ୍ଭଳିତ ଗୁରୁତ୍ୱପୂଣ୍ଣ ୮ଟି ପ୍ରସଙ୍ଗ ଉଠାଇଛନ୍ତି । କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ଜବାବ ମାଗିଛନ୍ତି ସସ୍ମିତ ।

୧.ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସମ୍ବଲପୁରୀ, କୋସାଳି ଏବଂ ହୋ ଭାଷାକୁ ଅନ୍ତର୍ଭୁକ୍ତ କରାଯାଉ ।

୨. ସୁନ୍ଦରଗଡ ଜିଲ୍ଲାରେ ଓଡିଶାର ଦ୍ୱିତୀୟ ଇଓଓଗଝ ହସ୍ପିଟାଲ୍ କରାଯାଉ ।

୩. ଓଡ଼ିଶାରେ ବିଧାନ ପରିଷଦର ପ୍ରତିଷ୍ଠା କରାଯାଉ ।

୪. ବାରମ୍ବାର ପ୍ରାକୃତିକ ବିପର‌୍ୟ୍ୟୟର ସମ୍ମୁଖୀନ ହେଉଥିବାରୁ ଓଡିଶାକୁ ସ୍ୱତନ୍ତ୍ରରାଜ୍ୟ ପାହ୍ୟା ଦିଆଯାଉ ।

୫. ପୁରୀରେ ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା କରାଯାଉ ।

୬. ଓଡ଼ିଶାର ୨୨୩୫ଟି ଗାଁରେ ଏବେ ସୁଦ୍ଧାର ଟେଲି ଯୋଗାଯୋଗ କଭରେଜ୍ ନାହିଁ । ଏହା ଉପରେ ଗୁରୁତ୍ୱ ଦିଆଯାଉ ।

୭. ୭୦ ପ୍ରତିଶତ ଗ୍ରାମ ପଞ୍ଚାୟତରେ ବ୍ୟାଙ୍କ ଖଣ୍ଡେ ନାହିଁ, ବ୍ୟାଙ୍କିଙ୍ଗ୍ ସେକ୍ଟର ବୃଦ୍ଧି ହେବା ଆବଶ୍ୟକ ।

୮. କୋଇଲା ରୟାଲଟି, ସ୍ୱଚ୍ଛ ଶକ୍ତି ସେସ୍ ଏବଂ ଉପକୂଳ ରାଜପଥ ପ୍ରସଙ୍ଗ ମଧ୍ୟ ବିଚାରାଧୀନ ଅଛି । ତେଣୁ ଏହାର ମଧ୍ୟ ସମାଧାନ କରାଯାଉ ।