ରାଜ୍ୟସଭାରେ ୩ଟି ବିଲ୍ ଉପସ୍ଥାପନା କଲେ ବିଜେଡି ସାଂସଦ ସସ୍ମିତ ପାତ୍ର

ମାନବ ଚାଲାଣ ନିରୋଧୀ, ସୁରକ୍ଷା ଏବଂ ପୀଡିତଙ୍କୁ ସୁରକ୍ଷା ଦେବା ପାଇଁ ବିଲ୍‌‌ର ଉପସ୍ଥାପନା

ନୂଆଦିଲ୍ଲୀ: ରାଜ୍ୟସଭାରେ ତିନିଟି ବିଲ୍‌‌ ଉପସ୍ଥାପନା କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ପ୍ରଥମେ ଶାଳପତ୍ର ସଂଗ୍ରହକାରୀ ଏବଂ ବ୍ୟବସାୟୀଙ୍କ କଲ୍ୟାଣ ପାଣ୍ଠି ବିଲ୍ ୨୦୨୨ନୂଆ ଉପସ୍ଥାପନା କରିଥିଲେ । ବିଲ୍‌‌ରେ ଶାଳପତ୍ର ସଂଗ୍ରହକାରୀ ଏବଂ ବ୍ୟବସାୟୀଙ୍କ ମଙ୍ଗଳ ପାଇଁ ଏକ ବୋର୍ଡ ଗଠନ କରିବା ପାଇଁ ବ୍ୟବସ୍ଥା ରହିଛି । ଦ୍ୱିତୀୟରେ ମାନବ ଚାଲାଣ ନିରୋଧୀ, ସୁରକ୍ଷା ଏବଂ ପୀଡିତଙ୍କୁ ସୁରକ୍ଷା ଦେବା ପାଇଁ ବିଲ୍‌‌ର ଉପସ୍ଥାପନା କରିଥିଲେ ।

ଏହି ବିଲ୍‌‌ ମାଧ୍ୟମରେ ମହିଳା ଓ ଶିଶୁ ଚାଲାଣ ରୋକିବା ସହ ସେମାନଙ୍କ ସୁରକ୍ଷା ଏବଂ ଥଇଥାନ ପାଇଁ ବ୍ୟବସ୍ଥା ରହିଛି । ଏଥିସହ ଦୋଷୀଙ୍କୁ କଡା ଦଣ୍ଡ ଦେବା ନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି । ତୃତୀୟରେ ରାଜ୍ୟ ପୁନର୍ଗଠନ କମିଶନ ବିଲ୍‌‌ ଉପସ୍ଥାପନା କରିଥିଲେ । ଏହାଦ୍ୱାରା ଭାଷାଗତ, ସାଂସ୍କୃତିକ, ଆର୍ôଥକ ଏବଂ ପ୍ରାଶାସନିକ ଦୃଷ୍ଟିକୋଣରୁ ଲୋକଙ୍କ ମଙ୍ଗଳ ପାଇଁ ରାଜ୍ୟର ପୁର୍ନଗଠନ ପାଇଁ ଏକ କମିଶନ ଗଠନ ହେବ ।

bjd mp sasmit patra introduce 3 bill in rajyasabha