ପରୀ ପ୍ରସଙ୍ଗରେ ମାଇଲେଜ ନେବାକୁ ବିଜେପି ହୀନ ରାଜନୀତି କରୁଛି :ବିଜେଡି ସାଂସଦ ପିନାକୀ ମିଶ୍ର

ଭୁବନେଶ୍ୱର: ପରୀ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର । ପରୀ ହତ୍ୟା ପ୍ରସଙ୍ଗରେ ମାଇଲେଜ ନେବାକୁ ବିଜେପି ହୀନ ରାଜନୀତି କରୁଛି ବୋଲି କହିଛନ୍ତି ପିନାକୀ ।
ମାମଲାରେ SIT ତଦନ୍ତ ଚାଲିଛି । ହେଲେ ବିଜେପି ପରୀ ମାମଲାରେ ରାଜନୀତି କରୁଛି ,ବିଜେପି ଶାସିତ ରାଜ୍ୟରେ ଉନ୍ନାଓ ଓ ହାଥରସ୍‌ ଭଳି ଘଟଣା ଘଟିଲା । ସରକାରଙ୍କ ନିଷ୍କ୍ରିୟତା ପର୍ଦ୍ଦାଫାସ ହୋଇଯିବା ଭୟରେ ସେତେବେଳେ ଘଟଣାସ୍ଥଳକୁ ସାମ୍ବାଦିକ କିମ୍ବା ବିରୋଧୀ ରାଜନେତାଙ୍କୁ ଛାଡିନଥିଲା ବିଜେପି ସରକାର । ଏପରିକି ପୀଡିତାଙ୍କ ପରିବାରକୁ ଭେଟିବାକୁ ଯାଇ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧୀ ଆକ୍ରମଣର ଶିକାର ହୋଇଥିଲେ । ମାତ୍ର ପରୀ ହତ୍ୟା ଘଟଣାରେ ନିଜ ଅଭିମୁଖ୍ୟ ବଦଳାଉଛି ବିଜେପି । ବାରମ୍ବାର ହୀନ ରାଜନୀତି କରି ଘଟଣାର ମୋଡ଼ ବଦଳାଇବାକୁ ପ୍ରୟାସ କରୁଛି ବୋଲି ବିଜେଡି ସାଂସଦ ପିନାକୀ ମିଶ୍ର କହିଛନ୍ତି ।