ସାଂସଦ ମାନସ ମଙ୍ଗରାଜ ହେଲେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ପରାମର୍ଶଦାତା କମିଟି ସଦସ୍ୟ

ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ମଙ୍ଗରାଜଙ୍କୁ କେନ୍ଦ୍ର ସଂସଦୀୟ କମିଟିରେ ଗୁରୁଦାୟିତ୍ୱ । ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ପରାମର୍ଶଦାତା କମିଟିର ସଦସ୍ୟ ଭାବେ ମନୋନୀତ କରାଯାଇଛି । ସଂସଦୀୟ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏ ନେଇ ଆଜି ବିଜ୍ଞପ୍ତି ପ୍ରକାଶ କରାଯାଇଛି । ପ୍ରଥମ କରି ରାଜ୍ୟସଭା ସାଂସଦ ହୋଇଥିବା ମାନସଙ୍କୁ ଏହା ପୂର୍ବରୁ ସାମୁଦ୍ରିକ ଦ୍ରବ୍ୟ ରପ୍ତାନି ଉନ୍ନୟନ କର୍ତ୍ତୃପକ୍ଷ ବା ଗଚଋଊଇ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ଏନେଇ ରାଜ୍ୟସଭା କମିଟି କୋଅର୍ଡିନେସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇସାରିଛି । ଜଣେ ନୂତନ ସାଂସଦ ତାଙ୍କୁ ଦୁଇ ଦୁଇଟି କମିଟିରେ ସଦସ୍ୟ ଭାବେ ମନୋନିତ କରାଯିବା ଏକ ବଡ଼ ଘଟଣା ।
ସୂଚନା ଥାଉକି ସାମ୍ବାଦିକତାରେ ଦକ୍ଷତା ପ୍ରତିପାଦିତ କରିପାରିଥିବା ମାନସ ମଙ୍ଗରାଜ ରାଜନୀତିରେ ମଧ୍ୟ ପାରଦର୍ଶିତା ଦେଖାଇଛନ୍ତି । ରାଜ୍ୟସରକାରଙ୍କ ଗଣମାଧ୍ୟମ ପରାମଶ୍ୟଦାତା ଥିବାବେଳେ ଖବର କାଗଜ ହକର ମାନଙ୍କୁ ହକ ଦେଇ ସେମାନଙ୍କୁ ସାମାଜିକା ସୁରକ୍ଷା ଯୋଜନାରେ ଅନ୍ତଭୁକ୍ତ କରିବାରେ ପ୍ରମ୍ମୁଖ ଭୂମିକା ରହିଥିଲା ।

bjd mp manas mangaraj nominated as member on the consultative committee for information and broadcasting