ଘରୋଇ ମହିଳା ଶ୍ରମିକଙ୍କ ସମସ୍ୟା ସମାଧାନ ଲାଗି ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କ ପ୍ରସ୍ତାବକୁ କେନ୍ଦ୍ର ଶ୍ରମମନ୍ତ୍ରୀଙ୍କ ପ୍ରଶଂସା

 ଅସଙ୍ଗଠିତ ଘରୋଇ ମହିଳା ଶ୍ରମିକଙ୍କ ସମସ୍ୟା ସମାଧାନ ଲାଗି ରାଜ୍ୟ ସଭାରେ ପ୍ରସ୍ତାବ ଦେଇଥିଲେ ସାଂସଦ

ଭୁବନେଶ୍ୱର :  ଘରୋଇ ଅସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ମହିଳା ଶ୍ରମିକଙ୍କ ପାଇଁ ସ୍ବତନ୍ତ୍ର ଯୋଜନା କରିବେ କେନ୍ଦ୍ରସରକାର । ବିଜେଡି ରାଜ୍ୟ ସଭା ସାଂସଦ ଅମର ପଟ୍ଟନାୟକଙ୍କ   ଅସଙ୍ଗଠିତ ଘରୋଇ ଶ୍ରମିକଙ୍କ ସମସ୍ୟା ସଂପର୍କୀତ ଏକ ତାରକା ପ୍ରଶ୍ନ ଓ ଅସଙ୍ଗଠିତ ଘରୋଇ ମହିଳା ଶ୍ରମିକଙ୍କ ସମସ୍ୟା ସଂପର୍କୀତ ଅତିରିକ୍ତ ପ୍ରଶ୍ନ ଓ ପ୍ରସ୍ତାବକୁ ଗ୍ରହଣ କରି  ରାଜ୍ୟ ସଭାରେ ଏପରି ସୂଚନା ଦେଇଛନ୍ତି କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭୁପିନ୍ଦର ଯାଦବ । ଦେଶରେ  ଅସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ୩୯ ଲକ୍ଷ ଅସଙ୍ଗଠିତ ଘରୋଇ ଶ୍ରମିକଙ୍କ ବେତନ, ନିର୍ଯ୍ୟାତନା ହେଉଥିବା ଓ ସେମାନଙ୍କ ପାଇଁ ସରକାରଙ୍କ ପଦକ୍ଷେପ ନେଇ ତାରକା ପ୍ରଶ୍ନ କରିଥିଲେ ସାଂସଦ ଅମର ପଟ୍ଟନାୟକ । ସେହିପରି ୩୯ ଲକ୍ଷ ଅସଙ୍ଗଠିତ ଘରୋଇ ଶ୍ରମିକଙ୍କ ଭିତରେ ଥିବା  ୨୬ ଲକ୍ଷ ଘରୋଇ ମହିଳା ଶ୍ରମିକ ସବୁଠୁ ବେଶୀ ନିର୍ଯ୍ୟାତନା , ଯୌନ ଶୋଷଣ ଘରୋଇ ହିଂସାର ଶିକାର ହେଉଛନ୍ତି ଓ ସେମାନଙ୍କ ପାଇଁ କେନ୍ଦ୍ରସରକାର ସ୍ବତନ୍ତ୍ର ଯୋଜନା କରିବା ଦରକାର ବୋଲି ପ୍ରସ୍ତାବ ଦେିଛନ୍ତି ସାଂସଦ ଅମର ପଟ୍ଟନାୟକ । ଏହି ପ୍ରସ୍ତାବକୁ ଗ୍ରହଣ କରିଛନ୍ତି କେନ୍ଦ୍ରଶ୍ରମ ମନ୍ତ୍ରୀ ଓ ସରକାର ଯୋଜନା କରିବେ ବୋଲି ରାଜ୍ୟସଭାରେ ଉତ୍ତର ରଖିଛନ୍ତି । ପ୍ରଶ୍ନର ଉତ୍ତର ରଖିବାବେଳେ ସାଂସଦ ଅମର ପଟ୍ଟନାୟକଙ୍କ ପ୍ରସ୍ତାବକୁ କେନ୍ଦ୍ର ଶ୍ରମମନ୍ତ୍ରୀ  ପ୍ରଶଂସା କରିଛନ୍ତି ।

BJD MP amar pattnaik starred question in rajya sabha

BJD MP amar pattnaik starred question in rajya sabha