ବିଜେଡିରୁ ବିଦା ହେବା ପରେ ବାଉଳିଲେ ପ୍ରଦୀପ, ଭାବି ସମୁଦି ଓ ଭାବି ଜ୍ୱାଇଁଙ୍କ ପାଇଁ କଲେ ଓକିଲାତି

ଭୁବନେଶ୍ୱର : ଜନ ବିରୋଧୀ କାମ ପାଇଁ ବିଜେଡିରୁ ତଡା ଖାିଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବାଉଳିବା ଆରମ୍ଭ କରିଛନ୍ତି । ଦଳରୁ ବିଦାହେବା ପରେ ପରେ ଗଣମାଧ୍ୟମରେ ମତ ରଖିବାକୁ ଯାଇ ବାଉଳି ଚାୁଳି ହୋଇ ମିଡିଆରେ ଏଣୁତେଣୁ ପୁଳେ ଗପିବା ଓ ଗଣମାଧ୍ୟମକୁ ଓ ପ୍ରନିଧିଙ୍କୁ ଆକ୍ଷେପ କରିବା ଘଟଣା ତାଙ୍କ ବାଚଳାମିକୁ ଧରାପକାଇ ଦେଇଛି । ନିଜ ଉପରେ ଆସିଥିବା ଜନବିରୋଧୀ ଠକେଇ ଅଭିଯୋଗର କୈଣସି ସିଦାସଳଖ ଉତ୍ତର ବା ପତିକ୍ରିୟା ନରଖି ବଂର ଦିର୍ନୀତିରେ ଛନ୍ଦି ହୋଇଥିବା ପାଠକ ପରିବାର ବାପ- ପୁଅଙ୍କ ଲାଗି ଘଣ୍ଟା ଘଣ୍ଟା ଧରି ଓକାଲିତି କରିଛନ୍ତି ।

ବିଜେଡିରୁ ବିଦା ହେବା ପରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ରବିବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିବା ପରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇଥିଲେ ପ୍ରଦୀପ । ସେଠାରେ ସେ ନିଜ ବହିଷ୍କାର ପ୍ରସଙ୍ଗରେ କମ୍‌ କହିଥିବା ବେଳେ ପାଠକ୍‌ ବାପ-ପୁଅଙ୍କ ବିଷୟରେ ଅଧିକ କହିଥିଲେ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଅଭୟକାନ୍ତ ଓ ତାଙ୍କ ଆକାଶ ପାଠକ ପାଇଁ ଅଧିକ ଓକିଲାତି କରିଛନ୍ତି ପ୍ରଦୀପ । ସେ କହିଛନ୍ତି, ଅଭୟକାନ୍ତ ପାଠକ ଜଣେ ସଚ୍ଚୋଟ ଅଫିସର । ସେହିଭଳି ଆକାଶ ପାଠକ, ଟାଟା କମ୍ପାନୀରେ ବଡ଼ ଅଧିକାରୀ ଥିଲେ ଓ ତାଙ୍କୁ ଯାଆସ ପାଇଁ କମ୍ପାନୀ ଚାର୍ଟର ଫ୍ଲାଇଟ୍‌ ଯୋଗାଇ ଦେଉଥିଲା । ବିଧାୟକ କହିଛନ୍ତି, ସେ ମଧ୍ୟ ଥରେ ସେ ଚାର୍ଟର ଫ୍ଲାଇଟ୍‌ରେ ଗସ୍ତ କରିଛନ୍ତି ଓ ଆକାଶ ତାଙ୍କୁ ଚାର୍ଟର ଫ୍ଲାଇଟ୍‌ରେ ନେଇଥିଲେ । ଜଣେ ଅଫିସରଙ୍କୁ ଆୟବର୍ହିଭୂତ ମାମଲାରେ ଭିଜିଲାନ୍‌ସ ଗିରଫ କରୁଛି, କିନ୍ତୁ ବିଧାୟକ ପ୍ରଦୀପ ତାଙ୍କୁ କ୍ଲିନ୍‌ ଚିଟ୍ ଦେଉଛନ୍ତି ।

ପ୍ରଦୀପ ଆହୁରି ମଧ୍ୟ ମିଛ କହିଛନ୍ତି ଯେ, ଆକାଶ ପାଠକ ଟାଟା କମ୍ପାନୀରେ ଚାକିରି କରିଥିଲେ । ହେଲେ ଖୋଦ୍‌ ଟାଟା କମ୍ପାନୀ ପକ୍ଷରୁ ଆକାଶଙ୍କ ନାଁରେ ଅଭିଯୋଗ କରାଯାଇଛି ଓ ଅଭିଯୋଗରେ ଦର୍ଶାଯାଇଛି ଯେ, ଆକାଶ ନାମକ ବ୍ୟକ୍ତି ଟାଟା କମ୍ପାନୀ ନାଁରେ ଲୋକଙ୍କୁ ଠକୁଛି । ସେଭଳି କୌଣସି ବ୍ୟକ୍ତି ଟାଟା କମ୍ପାନୀରେ ଚାକିରି କରି ନାହାନ୍ତି । ସେହିଭଳି ଗୋପାଳପୁର ଅଞ୍ଚଳର ପ୍ରାୟ ୬୮ଜଣଙ୍କୁ ଚାକିରି ନାଁରେ ଠକେଇ କରାଯାଇଥିବା ମଧ୍ୟ ଅଭିଯୋଗକୁ ବଧ୍ୟ ବାଏଁ ବାଏଁ ଉଡ଼ାଇଦେବାକୁ ଚେଷ୍ଟା କରିଛନ୍ତି ପ୍ରଦୀପ ।

ତେବେ ପ୍ରଦୀପଙ୍କ ଏପରି ବାଚଳାମିକୁ ଖୋଦ ଗଞ୍ଜାମ ଜିଲ୍ଲାର ନେତା ଓ କର୍ମୀ ଗ୍ରହଣ କରିନାହାନ୍ତି । ପାଲଟା ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।