ବିଧାନସଭାରେ ବିଜେପି ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗ :ବିଧାନସଭାର ଗରିମା କ୍ଷୁର୍ଣ୍ଣ ଅଭିଯୋଗରେ ରାଜ୍ୟପାଳଙ୍କୁ ଫେରଦା ହେଲା ବିଜେଡି

ସୁବାସ ପାଣିଗ୍ରାହୀ ନିଃସର୍ତ୍ତ କ୍ଷମା ମାଗନ୍ତୁ : ବିଜେଡି

ଭୁବନେଶ୍ୱର: ରାଜ୍ୟପାଳଙ୍କୁ ଭେଟିଲେ ବିଜେଡି ବିଧାୟକ। ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମକୁ ବିରୋଧ କରି ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟି ଫେରାଦ ହେବା ସହ ସ୍ମାରକପତ୍ର ଦେଇଛନ୍ତି। ଆତ୍ମହତ୍ୟା ଉଦ୍ୟମ କରି ବିଜେପି ବିଧାୟକ ଗୃହର ଗରିମା ନଷ୍ଟ କରିଛନ୍ତି, ଏଣୁ ସେ କ୍ଷମା ମାଗିବା ଉଚିତ୍ ବୋଲି ରାଜ୍ୟପାଳଙ୍କ ନିକଟରେ ଦାବି କରିଛି ବିଜେଡି। ବିଧାୟକ କ୍ଷମା ନମାଗିବାରୁ ଗୃହ ବାରମ୍ବାର ସ୍ତଗିତ ହେଉଛି ଠିକ ଭାବରେ ଚାଲିପାରୁନହିଁ।
କରୋନା ସମୟରେ ଏଭଳି ଏକ ନିଷ୍ପତ୍ତି ନିନ୍ଦନୀୟ ବୋଲି ସ୍ମାରକପତ୍ରରେ ଜଣାଯାଇଛି। ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ କାପୁରୁଷତାକୁ ଦର୍ଶାଉଛି ବୋଲି ସ୍ମାରକପତ୍ରରେ ଜଣାଇଛି ବିଜେଡି। ସେ ଅତି ଲଜ୍ଜାଜନକ, ଅତି ହୀନ କାର୍ଯ୍ୟ କରିଛନ୍ତି ଗୃହରେ। କୃଷଙ୍କ ବିଭିନ୍ନ ସମସ୍ୟା ନେଇ ଦେଶ ଉଠୁଛି ପଡୁଛି। ଏହି ସମୟରେ BJP ବିଧାୟକ ଆତ୍ମହତ୍ୟା ଉଦ୍ୟମ କରିବା ନିନ୍ଦନୀୟ କାମ ଅଟେ। ଗଣମାଧ୍ୟମରେ ଚର୍ଚ୍ଚାରେ ରହିବାକୁ ବିଜେପି ବିଧାୟକଙ୍କ ପ୍ରୟାସ ଅଶୋଭନୀୟ। ଶସ୍ତା ରାଜନୀତି ଆପଣାଇଛନ୍ତି ବିଧାୟକ। ବିଧାନସଭାର ଗରିମା ରକ୍ଷା କରିନାହାନ୍ତି, କ୍ଷୁଣ୍ଣ କରିଛନ୍ତି ଏଭଳି ଆଚରଣ କରି। ଆତ୍ମହତ୍ୟା ଉଦ୍ୟମ ତାଙ୍କ ନିଜସ୍ୱ ନା ଦଳର ପ୍ରରୋଚନା ସ୍ପଷ୍ଟ କରନ୍ତୁ ବୋଲି ସ୍ମାରକପତ୍ରରେ ଜଣାଯାଇଛି। ଯଦି ରାଜନୈତିକ ଉଦ୍ଦେଶ୍ୟ ଏହା ହୋଇଛି ତେବେ ଆଗକୁ ସାଙ୍ଘାତିକ ବାର୍ତ୍ତା ଦେବ। ବିଜେପି ବିଧାୟକଙ୍କ ଏପରି ଆଚରଣରେ ରାଜ୍ୟବାସୀ ଚକିତ କରିଛି ବୋଲି ଏଥିରେ ଜଣାଯାଇଛି। ଆତ୍ମହତ୍ୟା ଉଦ୍ୟମ ମାନସିକତା ଏକ ଅପରାଧ, ପାପ ବିବେଚିତ। ଏଭଳି ଆଚରଣ ପାଇଁ ବିଧାୟକଙ୍କୁ ରାଜ୍ୟର ସବୁ ଜନସାଧାରଣଙ୍କୁ ନିଃସର୍ତ୍ତ କ୍ଷମା କ୍ଷମା ମାଗିବା ଦରକାର ବୋଲି ଜଣାଯାଇଛି।

ରାଜ୍ୟରେ କରୋସଂକ୍ରମର ଏବେବି ଜାରି ରହିଛି। ଏବେ ସମସ୍ତଙ୍କ ଘରେ ସାନିଟାଇଜର ରହିଛି। ତେବେ ଗୃହରେ ସାନିଟାଇଜର ପି ପୁରା ରାଜ୍ୟକୁ ଏକ ଭୟର ବାର୍ତ୍ତା ଦେଇଛନ୍ତି ବୋଲି କହିଛି ବିଜେଡି। ଗୃହ ହେଉଛି ଏକ ପବିତ୍ର ସ୍ଥାନ। ଯେଉଁଠାରେ ରାଜ୍ୟର ସବୁ ପ୍ରକାରର ଦିଗକୁ ନେଇ ଆଲୋଚନା କରାଯାଏ। ତେବେ ସେଠାରେ ଏଭଳି ଏକ ଆଚରଣ ପୁରା ଗୃହକୁ ଆଜି ଲଜ୍ଜିତ କରିଛି ବୋଲି ଦାବିପତ୍ରରେ ଜଣା ଯାଇଛି।

 

bjd mla meet governor on bjp mla subash panigrahi suicide attempt issue