ଜୟ ଫର୍ମୁଲା,ବିଜେଡିରୁ ବିଦା ହେବେ କି ଦାମ ବାବୁ?

ଭୁବନେଶ୍ୱର :ଦଳ ବିରୋଧୀ କାମ ପାଇଁ ବିଜେଡିରୁ ଯେମିତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବହିଷ୍କାର ପାଇଁ ବାଟ ବାହାରିଥିଲା ଠିକ ସେମିତି ଏବେ ବୋଧ ହୁଏ ଆରମ୍ଭ ହୋଇଛି ବିଧାୟକ ଦାମୋଦର ରାଉତଙ୍କ ପାଇଁ । ଦଳ ବିରୋଧରେ ବାରମ୍ବାର ମତ ଦେବା ପରେ ବୈଜୟନ୍ତ ସାଂସଦ ଥିବା କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣଅଡଳୀରୁ ତୁହାକୁ ତୁହା ନେତା ଓ କର୍ମୀ ନବୀନନିବାସରେ ବିଜେଡି ସୁପ୍ରିମୋଙ୍କୁ ଭେଟି ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନ ଦାବି କରିିଥିଲେ । ବାସ ତା ପରେ ଜଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା । ପରେ ସାଂସଦ ପଦରୁ ଇସ୍ତଫା ଦେଇ ଦଳ ଛାଡିଲେ ବୈଜୟନ୍ତ ।

ଏବେ ଠିକ ସେଇ ସମାନ ଦଶ୍ୟ ପୁଣଇ ଥରେ ଦେଖିବାକୁ ମିଳୁଛି ନିବୀନ ନିବାସରେ । ପାରାଦୀପ ବିଧାୟକ ଦାମୋଦର ରାଉତଙ୍କ ବିରୋଧରେ ବିଜେଡି ସୁପ୍ରିମୋ ନବୀନଙ୍କ ପାଖରେ ଫେରାଦ ହେଲେଣି ଜିଲ୍ଲାର ବିଜେଡି ସଭାପତି ଓ ବିଧାୟକ । ବିଧାୟକ ଦାମୋଦର ରାଉତଙ୍କ ବିରୋଧରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଫେରାଦ ହେଲେ ବିଜେଡିର ଦୁଇ ନେତା । ଜଗତସିଂହପୁର ଜିଲ୍ଲା ସଭାପତି ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସ ଓ ଏରସମା – ବାଲିକୁଦା ବିଧାୟକ ପ୍ରଶାନ୍ତ ମୁଦୁଲି ଦାମ ବାବୁଙ୍କ ବିରୋଧରେ ନବୀନଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି । ବାରମ୍ବାର ଦଳ ବିରୋଧୀ ମନ୍ତବ୍ୟ ଦେଉଥିବା ଅଭିଯୋଗ କରିଛନ୍ତି ଦୁଇ ନେତା । ଏହା ସହ ଏରସମାରେ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ନେଇ ଏକ ଶଭା କରିଥିଲେ ଓ ସେମାନଙ୍କ ସହ ମିଶି ଦଳ ବିରୋଧରେ ମତ ଦେଇଥିବା ଫେରାଦ ହୋଇଛନ୍ତି ପ୍ରଶାନ୍ତ ମୁଦୁଲି । ତେଣୁ ଦାମଙ୍କ ବିରୋଧରେ ଶୃଙ୍କଳାଗତ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି ପ୍ରଶାନ୍ତ ମୁଦୁଲି ।   ଏହା ସହ ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ମଧ୍ୟ ଦାମଙ୍କ ବିରୋଧରେ ଦଳର ସୁପ୍ରିମୋଙ୍କୁ  ଦାମ ବାବୁଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି । ଦାମଙ୍କୁ ଦଳରୁ ବହିଶ୍କାର କରିବା ଲାଗି ଦାବି କରିଛନ୍ତି ।

ସେପଟେ ଜବାବରେ ଦାମ ବାବୁ କହିଛନ୍ତି ମୁଁ କିଛି ଦଳ ବିରୋଧୀ କାମ କରିନି । ପ୍ରତିବର୍ଷ ସେ ସଭାକୁ ଯାଏ । ଯଦି ବହିଶ୍କାର କରିବା କଥା କରିବେ । ମନ୍ତ୍ରୀ ପଦରୁ ବିଦା କରିଥିଲେ, ଉପସଭାପତିରୁ କାଢିଥିଲେ ଏବେ ଦଳରୁ କାଢିଲେ କ୍ଷତିକଣ ହେବ ବୋଲି କହିଛନ୍ତି ଦାମ ବାବୁ । ଏହା ସହ ବିଷ୍ଣୁ ଦାସ ଜଣେ ଅସାମାଜିକ ବ୍ୟକ୍ତି ତାଙ୍କର ଦଳରେ ରହିବାର ଅଧିକାର ନାହିଁ । ସେହିପରି ପ୍ରଶାନ୍ତଙ୍କ ମୁଣଅଡରେ ବିଛା କାମୁଡି ଲାଣିକି କହିବା ସହ ବିଷ୍ଣୁଙ୍କ କଥାରେ କଣ ନବୀନ ତାଙ୍କୁ ଦଳରୁ କାଢିବେ କି ବୋଲି ପ୍ରଶ୍ନ କରିଛନ୍ତି ଦାମ ବାବୁ ।