ବିଜେଡି ଛାଡ଼ିଲେ ବରିଷ୍ଠ ନେତା ବିଧାୟକ ଅରବିନ୍ଦ ଢାଲି

ବିଜେଡି ଛାଡ଼ିଲେ ଦଳର ବରିଷ୍ଠ ନେତା ବିଧାୟକ ଅରବିନ୍ଦ ଢାଲି । ଜୟଦେବ ବିଧାୟକ ଅରବିନ୍ଦ ଢାଲି ବିଜେଡିରୁ ଇସ୍ତଫା ଦେଲେ । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଅରବିନ୍ଦ।

ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଇ-ମେଲ୍‌ ଯୋଗେ ସେ ନିଜ ଇସ୍ତଫାପତ୍ର ପଠାଇଛନ୍ତି। ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ସେ ବିଜେପିରେ ଯୋଗଦେବେ।

ଦଳ ଛାଡ଼ିବା ନେଇ କୌଣସି ନିର୍ଦ୍ଦିଷ୍ଟ କାରଣ ନ କହି ଅରବିନ୍ଦ ଢାଲି କହିଛନ୍ତି, ମୁଁ ଜଣେ ଅନୁଶାସିତ କାର୍ଯ୍ୟକର୍ତ୍ତା। ୩୫ ବର୍ଷ ହେଲାଣି ରାଜନୀତିରେ ସକ୍ରିୟ ଭାବେ କାର୍ଯ୍ୟ କରୁଛି। ସମସ୍ତଙ୍କର ଆଶା ଅଛି। କିନ୍ତୁ ଏହା କେତେ ଦୂର ସମ୍ପୂର୍ଣ୍ଣ ହେବ ତାହା ସମୟ କହିବ । ତେଣୁ ମନ ହେଲା ଦଳ ଛାଡ଼ିଦେଲି। ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ୍‌ କରି ଇସ୍ତଫାପତ୍ର ଦେଇ ଦେଇଛି। ସନ୍ତୁଷ୍ଟ ନାହିଁ ବୋଲି ଦଳ ଛାଡ଼ିଛି। ଆସନ୍ତାକାଲି ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗ ଦେବି । ସେଠାରେ ହିଁ ଛାଡ଼ିବାର କାରଣ କହିବି।