ଭୁବନେଶ୍ବର : ତୃତୀୟ ଓ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜୁଜନତାଦଳ(ବିଜେଡି) ପକ୍ଷରୁ ଶୁକ୍ରବାର ୧୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଏକ ବଡ଼ ରାଜନୈତିକ ଘଟଣା କ୍ରମରେ ପାରାଦ୍ବୀପ ବିଧାନସଭା ଆସନରୁ ବରିଷ୍ଠ ରାଜନେତା ଡାକ୍ତର ଦାମୋଦର ରାଉତଙ୍କ ପୁଅ ସମ୍ବିତ୍ ରାଉତରାୟଙ୍କୁ ବିଜେଡି ପ୍ରାର୍ଥୀ କରାଯାଇଛି। ବିଜେଡିରୁ ବିଦା ହୋଇ ପରେ ଦାମବାବୁ ବିଜେପିରେ ଯୋଗ ଦେବା ପରେ ତାଙ୍କ ପୁଅକୁ ବିଜେଡି ଟିକେଟ ଦେଇଛି। ସେହିପରି ଡାକ୍ତର ରାଜଶ୍ରୀ ମଲ୍ଲିକଙ୍କୁ ଲୋକସଭା ଟିକେଟ ମିଳିବା ପରେ ତିର୍ତ୍ତୋଲ ବିଧାନସଭା ଆସନରୁ ବିଷ୍ଣୁ ଦାସଙ୍କୁ ପ୍ରାର୍ଥୀ କରାଯାଇଛି । କଟକ-ସଦରରୁ ଚନ୍ଦ୍ର ସାରଥୀ ବେହେରା ଏବଂ ବାରବାଟୀ-କଟକରୁ ଦେବାଶିଷ ସାମନ୍ତରାୟ ପ୍ରାର୍ଥୀ ହେବା ନେଇ ଘେଷଣା କରାଯାଇଛି।
ବିଜେଡିର ବିଧାନସଭା ପ୍ରାର୍ଥୀ ତାଲିକା
ବାରବାଟୀ-କଟକ – ଦେବାଶିଷ ସାମନ୍ତରାୟ
କଟକ-ସଦର- ଚନ୍ଦ୍ର ସାରଥୀ ବେହେରା
ତିର୍ତ୍ତୋଲ – ବିଷ୍ଣୁ ଦାସ
ପାରାଦ୍ବୀପ- ସମ୍ବିତ ରାଉତରାୟ
ରାଜନଗର- ଧୃବ ସାହୁ
ଯଶୀପୁର- ଗୋଲକ ବିହାରୀ ନାୟକ
ବାଙ୍ଗିରପୋଷୀ – ସୁଦାମ ମାରାଣ୍ଡି
ବାଲେଶ୍ବର- ଜୀବନ ପ୍ରଦୀପ ଦାସ
ସୋର- ପର୍ଶୁରାମ ଧଡା
ଜଳେଶ୍ବର-ଅଶ୍ବିନୀ ପାତ୍ର
ଭଦ୍ରକ-ସଂଜୀବ ମଲ୍ଲିକ
ବଡ଼ଚଣା- ଅମର ପ୍ରସାଦ ଶତପଥୀ
ରେଙ୍ଗାଲୀ-ରୀନା ତନ୍ତୀ
ପୁରୀ – ମହେଶ୍ବର ମହାନ୍ତି