ଭୁବନେଶ୍ବର: ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟର ଆଉ କିଛି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । ଏହାଛଡା ଗୋଟିଏ ଲୋକସଭା ଆସନ ପାଇଁ ମଧ୍ୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । କଟକ ଲୋକସଭା ଆସନ ପାଇଁ ଭର୍ତ୍ତୃହରି ମହତାବଙ୍କୁ ପ୍ରାର୍ଥୀ ଘୋଷଣା କରିଛି ଦଳ । ପ୍ରଶାନ୍ତ ଜଗଦେବଙ୍କୁ ଚିଲିକା ଆସନରୁ ଦଳ ପ୍ରାର୍ଥୀ କରିଛି । ସେହିଭଳି ବେଗୁନିଆ ଆସନରେ ଦଳ ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର ସାହୁଙ୍କୁ ପ୍ରାର୍ଥୀ କରିଛି । ଅର୍ଥମନ୍ତ୍ରୀ ଥିବା ଶଶିଭୂଷଣଙ୍କ ସ୍ଥ୍ାନରେ ଦଳ ପୁଣିଥରେ ଜୟଦେବ ଆସନରେ ଅରବିନ୍ଦ ଢାଲି, ବରୀ ଆସନରେ ଦେବାଶିଷ ନାୟକଙ୍କ ସ୍ଥାନରେ ସୁନନ୍ଦା ଦାଶଙ୍କୁ ଦଳ ପ୍ରାର୍ଥୀ କରିଛି । ଅନ୍ୟପଟେ ଖୋର୍ଦ୍ଧା ଆସନରେ ଜିତୁ ମିତ୍ର, ମୋରଡାରେ ରାଜକିଶୋର ଦାସ, ବସ୍ତାରୁ ନିତ୍ୟାନନ୍ଦ ସାହୁଙ୍କୁ ଦଳ ପ୍ରାର୍ଥୀ କରିଛି । ଦେବଗଡରୁ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ରାଇରଙ୍ଗପୁରରୁ ବାସନ୍ତୀ ମାରାଣ୍ଡିଙ୍କୁ ଦଳ ମୈଦାନକୁ ଓହ୍ଲାଇଛି ।