ଅପରାଜୟ ନବୀନ : ୫ମ ଥର ପାଇଁ ନବୀନ ହେଲେ ମୁଖ୍ୟମନ୍ତ୍ରୀ, ଶପଥ ନେଲେ ୧୧ କ୍ୟାବିନେଟ୍ ଓ ୯ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ବର : ଥରେ ନୁହେଁ କି ଦୁଇ ଥର ନୁହେଁ ।   ପଞ୍ଚମ ଇଂନିସ ଆରମ୍ଭ କଲେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନବୀନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

ନବୀନଙ୍କ ସହ ୨୦ଜଣିଆ ମନ୍ତ୍ରିମଣ୍ଡଳ ମଧ୍ୟ ଶପଥ ନେଇଛି । ଯେଉଁଥିରେ ୧୧ଜଣ କ୍ୟାବିନେଟ୍ ମନ୍ତ୍ରୀ ଓ ୯ଜଣ ରାଷ୍ଟ୍ରମନ୍ତ୍ରୀ ସାମିଲ ଅଛନ୍ତି । ଯେଉଁଥିରେ ୧୦ ଜଣ ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଛନ୍ତି।   କ୍ୟାବିନେଟ୍ ମନ୍ତ୍ରୀ ଭାବେ କାମାକ୍ଷାନଗର ବିଧାୟକ ଫ୍ରଫୁଲ୍ଲ ମଲ୍ଲିକ, ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖ, ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ, ବୀରମହାରାଜାପୁର ବିଧାୟକ ପଦ୍ମନାଭ ବେହେରା, ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ନୟାଗଡ ବିଧାୟକ ଅରୁଣ କୁମାର ସାହୁ, ବାଙ୍ଗିରପୋଷି ବିଧାୟକ ସୁଦାମ ମାର୍ଣ୍ଡି, ଭଟଲି ବିଧାୟକ ସୁଶାନ୍ତ ସିଂ, ଝାରସଗୁଡା ବିଧାୟକ ନବ କିଶୋର ଦାସ ଓ ଟିଟିଲାଗଡ ବିଧାୟୀକା ଟୁକୁନି ସାହୁ ଶପଥ ନେଇଥିବା ବେଳେ ରାଷ୍ଟ୍ରମନ୍ତ୍ରୀ ଭାବେ ଭୁବନେଶ୍ବର ଏକାମ୍ର ବିଧାୟକ ଅଶୋକ ପଣ୍ଡା, ନିମାପଡା ବିଧାୟକ ସମୀର ଦାଶ, ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଜୁନାଗଡ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ତେଲକୋଇ ପ୍ରେମାନନ୍ଦ ନାଏକ, ବାଲିକୁଦା- ଏରସମା ବିଧାୟକ ରଘୁନନ୍ଦନ ଦାସ, କୋଟପାଡ ବିଧାୟୀକା ପଦ୍ମିନୀ ଦିଆନ, ନିମାପଡା ବିଧାୟକ ତୁଷାରକାନ୍ତି ବେହେରା ଓ ବିଷମ କଟକ ବିଧାୟକ  ଜଗନ୍ନାଥ ସାରକା ସାମିଲ ଅଛନ୍ତି ।  ସୁଦାମ ମାରାଣ୍ଡି ସାନ୍ତାଳୀ ଭାଷାରେ ଶପଥ ନେଇଛନ୍ତି । ରାଜଭବନ ବାହାରେ ଏହା ହେଉଛି ନବୀନଙ୍କ ପ୍ରଥମ ଶପଥଗ୍ରହଣ ସମାରୋହ । ନବୀନଙ୍କ ଶପଥ ଉତ୍ସବରେ ପରିବାର ମଧ୍ୟ ସାମିଲ ହୋଇଛନ୍ତି । ଯାହାଙ୍କ ମଧ୍ୟରେ ଥିଲେ ଭାଇ ପ୍ରେମ ପଟ୍ଟନାୟକ, ଭଉଣୀ ଗୀତା ମେହେଟ୍ଟା ।