ବ୍ରହ୍ମପୁର: ବିଜେଡ଼ି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କ ଆତ୍ମହତ୍ୟା ଉଦ୍ୟମ । ଏସପି ଅଫିସ ସାମ୍ନାରେ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇଛନ୍ତି ମିନାକ୍ଷୀ । ପୋଲିସ ନ୍ୟାୟ ଦେବା ବଦଳରେ ଅନ୍ୟାୟ କରିଥିବା ଅଭିଯୋଗରେ ସେ ଏଭଳି କାଣ୍ଡ ଭିଆଇଥିବା ସୂଚନା ମିଳିଛି ।
ଜାନୁୟାରୀ ମାସ ୨୮ ତାରିଖରେ କିଛି ଦୃର୍ବୁତ ମିନାକ୍ଷୀ ଓ ତାଙ୍କ ପୁଅକୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ପରେ ଏନେଇ ବିଜେଡ଼ି ନେତ୍ରୀ ଥାନାରେ କରିଥିଲେ ଅଭିଯୋଗ । ଆକ୍ରମଣ କରିଥିବା ଯୁବକଙ୍କୁ ଗିରଫ କରିବା ସହ ପୋଲିସ ମିନାକ୍ଷୀଙ୍କ ପୁଅ ରାଜାକୁ ମଧ୍ୟ ଗିରଫ କରିଥିଲା । ଯାହାରା ପ୍ରତିବାଦ କରିଥିଲେ ମିନାକ୍ଷୀ ।
ଏହି ଘଟଣାରେ ବିଜେଡ଼ି ନେତ୍ରୀ ଏସପିଙ୍କୁ ଦେଖା କରିବାକୁ ଆଜି ଯାଇଥିବା ବେଳେ କାର୍ଯ୍ୟାଳୟରେ ଉପସ୍ଥିତ ନଥିଲେ ଏସପି । ପରେ ଅତିରିକ୍ତ ଏସପିଙ୍କ ସହ ଭେଟ ହୋଇଥିଲେ । କିନ୍ତୁ ପୁଅ ରାଜାକୁ ପୋଲିସ ମିଥ୍ୟା ମାମଲାରେ ଫସାଇଦେଇଥିବା ସେ ଅଭିଯୋଗ କରିଆସୁଥିଲେ ।
ପରେ କାର୍ଯ୍ୟାଳୟ ଆଗରେ ଦେହରେ କିରୋସିନ ଢାଳି ନିଆଁ ଲଗାଇଦେଇଥିଲେ । ଫଳରେ ତାଙ୍କ ଶରୀରର ପ୍ରାୟ ୪୦ ପ୍ରତିଶତ ପୋଡ଼ିଯାଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଏମକେସିଜି ହସ୍ପିଟାଲରେ ଭର୍ତି କରାଯାଇଛି । ପୂର୍ବରୁ ମଧ୍ୟ ଆତ୍ମାହୁତି ଦେବା ନେଇ ଧମକ ଦେଇଥିଲେ ମିନାକ୍ଷୀ ।