ଦାମ ବାବୁଙ୍କୁ ନିଇତି ଦୁର୍ନୀତି- ଦୁର୍ନୀତି ଜପ ପାଇଁ ସମ୍ବର୍ଦ୍ଧନା

ଭୁବନେଶ୍ବର : ଗୁମର ଖୋଲିବା ନାଁରେ  ଏବେ ବାହାବାହା ନେବା ମୁଡରେ ବିଜେଡିର ବରିଷ୍ଠ ବିଧାୟକ ଦାମୋଦର ରାଉତ । ଚାରା ଘୋଟାଲା ,ଓମଫେଡ ଦୁର୍ନୀତି  ଓ ସମବାୟ ଦିର୍ନୀତି ହେବା ଆରୋପ ଆଣି ଚର୍ଚ୍ଚାରେ ଡାକ୍ତର ଦାମୋଦର ରାଉତ ।, କେବଳ ଏତିକି ନୁହେଁ  ଡଙ୍କାରୀ ପାହଡ ଦୁର୍ନୀତି ଗୁମର ଖୋଲି ସ୍ଥାନୀୟ ବିଧାୟକଙ୍କ ଆଡକୁ ଅଙ୍ଗୁଳି ଉଠାଇଥିଲେ  ଦାମ ବାବୁ । ଏଥିପାଇଁ ଦାମବାବୁଙ୍କୁ ଆଜି ଧର୍ମଶାଳାର କିଛି ଲୋକ ସମ୍ବର୍ଦ୍ଧିତ କରିଛନ୍ତି । ସେପଟେ ଦାମବାବୁଙ୍କ କଥାରୁ ଖିଅ ଧରି ଆଜି ବିରୋଧୀ ପୁଣି ଥରେ ସରକାରଙ୍କୁ  ଟାର୍ଗେଟ କରିଛନ୍ତି। ଜବାବରେ ବିଜେଡି କହିଛି ମନ୍ତ୍ରୀ ଥିବାବେଳେ ଦାମ ବାବୁ ଦୁର୍ନୀତି ବିରୋଧରେ କହୁନଥିଲେ କାହିଁକି ?

ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କୁ ସମ୍ବର୍ଦ୍ଧନା। ତେବେ ଏ ସମ୍ବର୍ଦ୍ଧନା ଦିଆଯାଉଛି ଦାମଙ୍କ ଖୋଲା ତୁଣ୍ଡ ପାଇଁ। ମାନେ ନିଜ ଅମାନିଆ ତୁଣ୍ଡ ପାଇଁ  ଚର୍ଚ୍ଚାରେ ଥିବା ଦାମ ବାବୁ କିଛି ଦିନ ହେବ ଆପଣାଇଛନ୍ତି ନୂଆ ନୂଆ ଫଣ୍ଡା । ଦାମ ବାବୁ ଏବେ ନିଇତି ଜପୁଛନ୍ତି ଦୁର୍ନୀତି- ଦୁର୍ନୀତି ।  ଚାରା ଘୋଟଲା, ,ଓମଫେଡ ଘୋଟାଲା  ଓ ସମବାୟ ଘୋଟାଲା ଏମିତିକି ଧର୍ମଶାଳାର ଡଙ୍କାରୀ ପାହଡ ଦୁର୍ନୀତି କଥା ଉଠାଇ ବାଣ ମାରିଛନ୍ତି ଦାମ । ଦାମ ଏମିତି ପୋଲ୍‌ ଖୋଲୁଥିବାରୁ ଧର୍ମଶାଳା ସୁନ୍ଦରିଆ ପଞ୍ଚାୟତର କିଛି ଲୋକେ ଦାମ ବାବୁଙ୍କ ସରକାରୀ ବାସଭବନକୁ ଆସି ତାଙ୍କୁ ସମର୍ଦ୍ଧିତ କରିଛନ୍ତି । ଏଥିରେ ଉତ୍ସାହିତ ହୋଇ ଦାମ ବାବୁ କହିଛନ୍ତି । ଦୁର୍ନୀତିର ଦଳ ନଥାଏ ସେ ଦୁର୍ନୀତି ସଂପରର୍କରେ ସବୁ କହିବେ ଓ ବିରୋଧ ଜାରି ରଖିବେ ।

ସେପଟେ ଦାମଙ୍କ ଦୁର୍ନୀତି ବାଣରୁ ଫାଇଦା ନେବାକୁ ଅଣ୍ଟା ଭିଡିଛନ୍ତି ବିରୋଧୀ । ଶାସକ ଦଳର ବରିଷ୍ଠ ନେତା ଓ ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ ଦାମ ମୁହଁ ଖୋଲିଥିବାରୁ ଏହାକୁ ସରକାରଙ୍କ ବିରୋଧରେ ଅସ୍ତ୍ର କରିଛନ୍ତି ବିରୋଧୀ । ଦାମ ବାବୁ ପୂର୍ବରୁ ମନ୍ତ୍ରୀ ଥିବାରୁ ତାଙ୍କ କଥାର ତଦନ୍ତ ହେବାକୁ ଦାବି କରିଛନ୍ତି । ବିଜେଡି କହିଛି ମନ୍ତ୍ରୀ ଥିବା ବେଳେ କାହିଁକି ଦାମ ବାବୁ ଏକଥା କହୁନଥିଲେ । ଏମିତି ଅନେକ କଥା ଦାମ ବାବୁ କୁହନ୍ତି । ଏହା କେବଳ ବାଚଳାମି ।

ଦାମବାବୁ ମୁହଁ ଖୋଲିବାରୁ ସରକାର ଅଡୁଆରେ, ବିରୋଧୀ ବି ଆଗ୍ରେସିଭ୍‌। କିନ୍ତୁ ଏତିକିବେଳେ ଶୁଣାଗଲାଣି ଦାମ ବାବୁଙ୍କ ବିରୋଧରେ ଏକ ବିରାଟ ଦୁର୍ନୀତିର ପେଡ଼ି ଖୋଲିବାକୁ ବସିଲାଣି ।ଏହା ଅବଶ୍ୟ କେତେ ସତ ଏବଂ ଏହା ପଛରେ କିଏ, ତାହା  ପେଡ଼ି ନଖୋଲିବା ଯାଏଁ କହିହେବନି।